ଭୁବନେଶ୍ୱର, ୩୦/୯: ଅକ୍ଟୋବର ମାସରେ ଭୁବନେଶ୍ୱର ଓ କଟକରେ ସମସ୍ତ ସରକାରୀ ଅଫିସ ୫୦ ପ୍ରତିଶତ କର୍ମଚାରୀଙ୍କୁ ନେଇ କାର୍ଯ୍ୟ କରିବ। ଏଥିସହ ପ୍ରତ୍ୟେକ ଶନିବାର ରାଜ୍ୟର ସମସ୍ତ ସରକାରୀ ଅଫିସ୍ ଛୁଟି ରହିବ। ଆଜି ଏ ନେଇ ସାଧାରଣ ପ୍ରଶାସନ ବିଭାଗ ପକ୍ଷରୁ ନିର୍ଦ୍ଦେଶନାମା ଜାରି ହୋଇଛି। ତେବେ ଜରୁରୀ ସେବା ସହ ଜଡ଼ିତ କାର୍ଯ୍ୟାଳୟ ଓ ଏସ୍ଆରସି ଅଫିସ, ଓସ୍ଡମା, ପୁଲିସ, ଅଗ୍ନିଶମ ବିଭାଗ, ସ୍ୱାସ୍ଥ୍ୟ ବିଭାଗ, ପୌରସଂସ୍ଥା ଆଦି ସରକାରୀ ସଂସ୍ଥା ସମସ୍ତ କର୍ମଚାରୀଙ୍କୁ ନେଇ କାର୍ଯ୍ୟ କରିବ।

ଭୁବନେଶ୍ୱର ଓ କଟକରେ ସମସ୍ତ ଅଫିସ୍ ଖୋଲା ରହିବ। ହେଲେ ୫୦ ପ୍ରତିଶତ କର୍ମଚାରୀଙ୍କୁ ନେଇ କାମ ହେବ। ଅଧିକାରୀମାନେ ଅଫିସ୍ ଆସିବା ସହ କେଉଁ କେଉଁ ୫୦ ପ୍ରତିଶତ କର୍ମଚାରୀ କେବେ ଆସିବେ ତାହା ନିଷ୍ପତ୍ତି କରିବେ । ମାତ୍ର ଅଫିସର କାର୍ଯ୍ୟରେ ଯେଭଳି କୌଣସି ଅସୁବିଧା ନ ଘଟେ ତାହା ଦାୟିତ୍ୱରେ ଥିବା ଅଧିକାରୀ ନିଶ୍ଚିତ କରିବେ।