ଭୁବନେଶ୍ୱର, ୦୩/୦୪ : ଓଡ଼ିଶାରେ ସବୁ ସହରକୁ ପାଇପ ଗ୍ୟାସ ଲାଇନ୍ ସଂଯୋଗ ନେଇ ସବୁ ପ୍ରକାର ବ୍ୟବସ୍ଥା କରାଯାଉଛି । ସବୁ ମହାନଗର ନିଗମ ସହିତ ଅନୁଗୁଳ, ଢେଙ୍କାନାଳ ଭଳି ବଡ ବଡ ସହରରେ ପ୍ରାୟ କାମ ସରିଲାଣି । ବାକି ଯେଉଁ ସହର ରହିଯାଇଛି ସେଠାରେ କାମ ଆରମ୍ଭ ହେବ । ଜିଲ୍ଲାପାଳଙ୍କୁ ନିର୍ଦ୍ଦେଶ ଦିଆଯାଇଛି ସେମାନେ ସହଯୋଗ କରୁଛନ୍ତି । ବିଭିନ୍ନ ଏଜେନ୍ସୀ କାର୍ଯ୍ୟକୁ ତ୍ବରାନ୍ବିତ କରିବା ପାଇଁ ନିର୍ଦ୍ଦେଶ ଦିଆଯାଇଛି । ଗତକାଲି ଏ ନେଇ ସମୀକ୍ଷା ହୋଇଥିଲା। ଟାର୍ଗେଟ ଅନୁସାରେ କାର୍ଯ୍ୟ ପାଇଁ ଯୋଜନା ହୋଇଛି ।୨୦୧୭ରେ ଏହି କାର୍ଯ୍ୟ ଆରମ୍ଭ ହୋଇଥିଲା । ସରକାରରେ କାର୍ଯ୍ୟ ତ୍ବରାନ୍ବିତ ହେଉଛି। ପିଏନଜି ରେ ସମସ୍ୟା ଦେଖାଦେଲେ କମ୍ପାନୀ ମାନେ ବିକଳ୍ପ ବ୍ୟବସ୍ଥା ଗ୍ରହଣ କରିବେ। ବର୍ଷା ପୂର୍ବରୁ ସମସ୍ତ କାର୍ଯ୍ୟ ସାରିବାକୁ ସରକାର ଚେଷ୍ଟା କରୁଛନ୍ତି । ନୂଆ ଟେକ୍ନୋଲୋଜି ରେ ହେବ ଯାହା ଦ୍ଵାରା ରାସ୍ତା ଅଧିକ ଖୋଳିବାକୁ ପଡ଼ିବ ନାହିଁ। ଯାହା ୨୪ ବର୍ଷରେ ହୋଇନାହିଁ ୨୪ ମାସରେ ହେଉଛି। ପୁର୍ବ ସରକାରଙ୍କ ମେଟ୍ରୋ ବନ୍ଦ ନୁହେଁ ସ୍ଥଗିତ ରହିଛି । ତର୍ଜମା କରୁଛୁ । ମନ୍ତ୍ରୀ ଆହୁରି ମଧ୍ୟ କହିଛନ୍ତି, ଟେଷ୍ଟିଂ ଯେତେବେଳେ ହେଲା ଦୁଇ ତିନୋଟି ଜାଗାରେ ହୋ ହାଲ୍ଲା ହେଲା ଟ୍ରାଫିକ ସମସ୍ୟା ଦେଖାଦେଲା । କେନ୍ଦ୍ରର ସହାୟତା ନେଇ ଉପଯୁକ୍ତ ଭାବରେ କରିବା ପାଇଁ ସରକାର ଯୋଜନା କରୁଛନ୍ତି ଲୋକେ ଯେମିତି ହ ଇରାଣ ନ ହୁଅନ୍ତି । ବର୍ତ୍ତମାନ ବାଇପାସ୍ ରୋଡ ହେଉଛି ଟ୍ରାଫିକ କମିବ। ଆମ ସରକାର ଖାଲି ମେଟ୍ରୋ ରେ ସୀମିତ ନୁହଁନ୍ତି । ବଜେଟ୍ ରେ ଘୋଷଣା ହୋଇଛି ଭୁବନେଶ୍ୱର,କଟକ, ପାରାଦୀପ ଇକୋନୋମିକାଲ ଜୋନ୍ ହେବ ଅର୍ଥନୀତି ବଢିବ । ସହର ବଢିବ । ଶିକ୍ଷା, ସ୍ବାସ୍ଥ୍ୟ, ଶିଳ୍ପ ସବୁ ବଢିବ ବୋଲି ମନ୍ତ୍ରୀ କହିଛନ୍ତି ।