ଭୁବନେଶ୍ୱର, ୧୮/୧୧ : ଆସନ୍ତା ୨୦ ତାରିଖରୁ ଆରମ୍ଭ ହେବାକୁ ଥିବା ବିଧାନସଭାର ଶୀତ ଅଧିବେଶନ ପାଇଁ ଆଜି ସର୍ବଦଳୀୟ ବୈଠକ ବସିବ । ସକାଳ ୧୧ଟାରେ ଏହି ବୈଠକ ବସିବ । ବିଧାନସଭା ଶୀତକାଳୀନ ଅଧିବେଶନ କିଭଳି ପରିଚାଳନା ହେବ, ସେ ନେଇ ଏଥିରେ ଆଲୋଚନା ହେବ। କୋଭିଡ୍ କଟକଣା ଭିତରେ କିଭଳି ଗୃହ କାର୍ଯ୍ୟ ସୁରୁଖୁରୁରେ ଚାଲିବ ସେନେଇ ସବୁ ଦଳ ସହଯୋଗ ଲୋଡ଼ିବେ ବାଚସ୍ପତି ସୂର୍ଯ୍ୟ ନାରାୟଣ ପାତ୍ର ।
ସେହିପରି ଚଳିତ ଅଧିବେଶନରେ ପ୍ରଶ୍ନକାଳ ରହିବ କି ନାହିଁ ସେନେଇ ମଧ୍ୟ ଆଲୋଚନା ହୋଇପାରେ । ପୂର୍ବରୁ ବିଧାନସଭା ମୌସୁମୀ ଅଧିବେଶନରେ ପ୍ରଶ୍ନକାଳକୁ ବାତିଲ କରାଯାଇଥିଲା । ୨୦ ତାରିଖରୁ ବିଧାନସଭା ଶୀତ ଅଧିବେଶନ ଆରମ୍ଭ ହୋଇ ଡିସେମ୍ବର ୩୧ ତାରିଖ ଯାଏ ଚାଲିବ । ଏହି ୪୦ ଦିନ ଯାଏ ଚାଲିବ ଅଧିବେଶନ । ଆଜି ଦୁଇ ନୂଆ ବିଧାୟକ ମଧ୍ୟ ଶପଥ ନେବେ।