ନୂଆଦିଲ୍ଲୀ,୨୩/୩ : କରୋନା ଟିକାକୁ ନେଇ ଆଜି କେନ୍ଦ୍ର ସରକାର ବଡ଼ ନିଷ୍ପତ୍ତି ନେଇଛନ୍ତି। ଦେଶରେ ଆସନ୍ତା ଏପ୍ରିଲ ପହିଲାରୁ ୪୫ ବର୍ଷରୁ ଅଧିକ ବୟସ୍କ ଟିକା ନେଇପାରିବେ ବୋଲି କେନ୍ଦ୍ର କ୍ୟାବିନେଟ୍ରେ ଅନୁମୋଦନ ମିଳିଛି।
ସାମ୍ବାଦିକ ସମ୍ମିଳନୀରେ କେନ୍ଦ୍ର ମନ୍ତ୍ରୀ ପ୍ରକାଶ ଜାଭଡେକର ଏ ନେଇ ଘୋଷଣା କରି କହିଛନ୍ତି ଯେ, ଲୋକମାନଙ୍କୁ କେବଳ ପଞ୍ଜୀକରଣ କରିବାକୁ ପଡ଼ିବ ଏବଂ ସହଜରେ ସରକାରୀ କିମ୍ବା ଘରୋଇ ଟିକାକରଣ କେନ୍ଦ୍ରରେ ଟିକା ନେଇପାରିବେ। ସୂଚନାଯୋଗ୍ୟ, ବର୍ତ୍ତମାନ ସୁଦ୍ଧା ଦେଶରେ ସ୍ବାସ୍ଥ୍ୟକର୍ମୀ, କରୋନା ଯୋଦ୍ଧାଙ୍କ ସହିତ ୬୦ ବର୍ଷରୁ ଅଧିକ ବୟସ୍କ ଏବଂ ଗୁରୁତର ସ୍ବାସ୍ଥ୍ୟ ସମସ୍ୟା ଭୋଗୁଥିବା ୪୫ ବର୍ଷରୁ ଅଧିକ ବୟସ୍କଙ୍କୁ ଟିକା ଦିଆଯାଉଥିଲା।