ଭୁବନେଶ୍ୱର: ଆସନ୍ତାକାଲି କଟକର ସବୁ ସ୍କୁଲ କଲେଜ ଛୁଟି । ହକି ବିଶ୍ୱକପ ଉଦଘାଟନୀ ଉତ୍ସବ ପାଇଁ ଆସନ୍ତା କାଲି କଟକରେ ଅଧା ଦିନ ସ୍କୁଲ ଛୁଟି ଘୋଷଣା ହୋଇଛି । କଟକରେ ଦିନ ୨ଟା ପରେ ସବୁ ଶିକ୍ଷାନୁଷ୍ଠାନ ବନ୍ଦ ରଖିବାକୁ ନିଷ୍ପତ୍ତି ହୋଇଛି । ଫଳରେ ସରକାରୀ ଓ ବେସରକାରୀ ସ୍କୁଲ, କଲେଜ ଆଦି ବନ୍ଦ ରହିବ । ଶିକ୍ଷାନୁଷ୍ଠାନ ବନ୍ଦ ନେଇ କଟକ ଜିଲ୍ଲାପାଳ ଭବାନୀ ଶଙ୍କର ଚୟନୀ ଘୋଷଣା କରିଛନ୍ତି ।
ଅନ୍ୟପଟେ ସିଏମସି ପକ୍ଷରୁ ଏହି ବିଶ୍ୱ କପ୍ ଉଦଘାଟନୀ ଉତ୍ସବ ପାଇଁ ୫ଟି ପାର୍କିଂ ସ୍ଥାନ ଚିହ୍ନଟ କରାଯାଇଥିବାବେଳେ ତଳ ବାଲିଯାତ୍ରା ପଡିଆରେ ସାଧାରଣ ଦର୍ଶକ ଓ ଭିଆଇପିଙ୍କ ପାଇଁ ପୃଥକ୍ ପୃଥକ୍ ବାଇକ୍ ଓ କାର୍ ପାର୍କିଂ ଷ୍ଟାଣ୍ଡ୍ କରାଯାଇଛି । ଏହି ଦୁଇ ପାର୍କିଂ ଷ୍ଟାଣ୍ଡକୁ ଯିବା ପାଇଁ କାର୍ତ୍ତିକେଶ୍ୱର ଗଡ଼ା ଓ ଡିସିପି ଅଫିସ୍ ସାମ୍ନାରେ ଦୁଇଟି ରାସ୍ତା ରଖାଯାଇଛି ।
ସେହିପରି କେମ୍ବ୍ରିଜ୍ ସ୍କୁଲ ପରିସରରେ ଭିଆଇପି ଓ ଗଣମାଧ୍ୟମ ପ୍ରତିନିଧିଙ୍କ ପାଇଁ ପାର୍କିଂର ବ୍ୟବସ୍ଥା କରାଯାଇଥିବାବେଳେ ଖ୍ରୀଷ୍ଟିଆନ୍ ପଡିଆ ଓ ଦୟାଶ୍ରମ ପରିସରରେ ମଧ୍ୟ ପାର୍କିଂ ହେବା ନେଇ ସୂଚନା ରହିଛି । ମଙ୍ଗୁଳି କିମ୍ବା ନଖରା ଆଡୁ ଆସୁଥିବା ଦର୍ଶକ ଶିଖରପୁର ଦେଇ ଯୋବ୍ରା ରାସ୍ତାରେ ବାଲିଯାତ୍ରା ତଳ ପଡିଆକୁ ଆସି ଗାଡ଼ି ପାର୍କିଂ କରିବେ । ଆସନ୍ତା କାଲି ପ୍ରାୟ ଦିନ ଗୋଟାଏ ବେଳ ଠାରୁ ଗୀର୍ନାଆର ହୋଟେଲ, ସିଡିଏମ୍ଓେ ଅଫିସ୍ ସାମ୍ନା, ବିଜୁପଟ୍ଟନାୟକ ଛକ ଏବଂ କେମ୍ଭ୍ରିଜ୍ ସ୍କୁଲ ରାସ୍ତାରେ କମିଶନରେଟ୍ ପୁଲିଓ ପକ୍ଷରୁ ବ୍ଲକିଂ କରାଯିବ ବୋଲି ସୂଚନା ଦିଆଯାଇଛି ।
