ଭୁବନେଶ୍ୱର: ରାଜ୍ୟରେ ଚଳିତ ନଭେମ୍ବର ମାସରେ ସମସ୍ତ ସ୍କୁଲ ଖୋଲାଯିବ । ଏନେଇ ସୂଚନା ଦେଇଛନ୍ତି ବିଦ୍ୟାଳୟ ଓ ଗଣଶିକ୍ଷା ମନ୍ତ୍ରୀ ସମୀର ଦାଶ । ସେ କହିଛନ୍ତି, ନବମରୁ ଦ୍ୱାଦଶ ଯାଏ ସଂପୂର୍ଣ୍ଣ କ୍ଲାସ ହେବ। ପିଲାଙ୍କୁ ଛାଡ଼ିବାକୁ ଅଭିଭାବକ ରାଜି ନହେଲେ ଅନଲାଇନ ବ୍ୟବସ୍ଥା ମଧ୍ୟ ହେବ। ସ୍କୁଲ ଖୋଲିବା ନେଇ ପ୍ରସ୍ତୁତି ଚାଲିଥିବା ସେ କହିଛନ୍ତି। ମନ୍ତ୍ରୀ ଆହୁରି କହିଛନ୍ତି, ଜିଲ୍ଲାପାଳ ଓ ଡିଇଓମାନଙ୍କ ସହ ଆଲୋଚନା କରାଯିବ। କରୋନା ପାଇଁ ୩୦% ସିଲାବସ୍ ହ୍ରାସ ହୋଇଛି। ଆଉ କମିବନି। ବାକି ୭୦% ସିଲାବସ୍ ପାଇଁ ନୂଆ କ୍ୟାଲେଣ୍ଡର ପ୍ରସ୍ତୁତ ହେବ। ସ୍କୁଲ ଖୋଲିବା ନେଇ ଏସ୍ଓପି ପ୍ରସ୍ତୁତ ଚାଲିଛି ବୋଲି ସେ ସୂଚନା ଦେଇଛନ୍ତି ।