ଆସନ୍ତାକାଲିଠାରୁ ୟୁନିଭର୍ସିଟି ଓ କଲେଜ ଆସିବେ ସବୁ କର୍ମଚାରୀ : ଉଚ୍ଚଶିକ୍ଷା ବିଭାଗ

ଭୁବନେଶ୍ବର,୫ /୭ : ରାଜ୍ୟରେ ଧୀରେ ଧୀରେ କରୋନା ସଂକ୍ରମଣ ହ୍ରାସ ପାଉଛି। କରୋନା କଟକଣା ପାଇଁ ରାଜ୍ୟର ସମସ୍ତ ୟୁନିଭର୍ସିଟି ଓ କଲେଜରେ ଲାଗୁ ହୋଇଥିବା ରୋଷ୍ଟର ଡ୍ୟୁଟିକୁ ଉଚ୍ଚଶିକ୍ଷା ବିଭାଗ ପକ୍ଷରୁ ପ୍ରତ୍ୟାହାର କରି ନିଆଯାଇଛି। ତେଣୁ ଏଣିକି ୟୁନିଭର୍ସିଟି ଓ କଲେଜ ସବୁ କର୍ମଚାରୀ ଆସିବେ । ଉଚ୍ଚ ଶିକ୍ଷାନୁଷ୍ଠାନର ସମସ୍ତ ଟିଚିଂ ଓ ନନ୍‌ଟିଚିଂ ଷ୍ଟାଫଙ୍କୁ କଲେଜ ଓ ୟୁନିଭର୍ସିଟି ଆସିବାକୁ ନିର୍ଦେଶ ଦିଆଯାଇଛି। ଜୁଲାଇ ୬ ତାରିଖରୁ ସମସ୍ତେ କଲେଜ ଓ ବିଶ୍ବବିଦ୍ୟାଳୟ ଆସିବାକୁ ନିର୍ଦେଶ ରହିଛି। ପୂର୍ବରୁ କୋଭିଡ ପାଇଁ ଜାରି ୫୦% ଷ୍ଟାଫଙ୍କୁ ନେଇ ରୋଷ୍ଟର ଡ୍ୟୁଟି ରାଜ୍ୟ ସରକାର ପ୍ରତ୍ୟାହାର କରି ନେଇଛନ୍ତି। ଆଗକୁ ୟୁଜି/ପିଜି ପରୀକ୍ଷା ଥିବାରୁ ସମସ୍ତ ଷ୍ଟାଫ କଲେଜ ଆସିବା ଦରକାର ବୋଲି କୁହାଯାଇଛି। ଏଥିନେଇ ବିଶ୍ବବିଦ୍ୟାଳୟର କୁଳପତି ଓ ଡିଗ୍ରୀ କଲେଜ ଅଧ୍ୟକ୍ଷଙ୍କୁ ଉଚ୍ଚଶିକ୍ଷା ସଚିବ ଚିଠି ଲେଖି ଜଣାଇଥିବା ସୂଚନା ମିଳିଛି।