ଜୁନ ୩୦ରୁ ଆରମ୍ଭ ହେବ ଅମରନାଥ ଯାତ୍ରା

ନୂଆଦିଲ୍ଲୀ,୨୭/୩ : ଆସନ୍ତା ଜୁନ ୩୦ରୁ ଆରମ୍ଭ ହେବ ଶ୍ରୀ ଅମରନାଥ ଯାତ୍ରା। ୪୩ ଦିନ ଧରି ବାବାଙ୍କ ଦର୍ଶନ କରିବେ ଶ୍ରଦ୍ଧାଳୁ। ଏହି ଯାତ୍ରା ରାକ୍ଷୀ ପୂର୍ଣ୍ଣିମାରେ ସମାପ୍ତ ହେବ। ଶ୍ରୀ ଅମରନାଥଜୀ ଶ୍ରାଇନ ବୋର୍ଡ ବୈଠକ ଆଜି ଏହି ନିଷ୍ପତ୍ତି ନିଆଯାଇଛି। କେନ୍ଦ୍ର ଶାସିତ ଅଞ୍ଚଳର ଉପ ରାଜ୍ୟପାଳ ମନୋଜ ସିହ୍ନାଙ୍କ ଅଧ୍ୟକ୍ଷତାରେ ବୈଠକ ଅନୁଷ୍ଠିତ ହୋଇଛି। ବୈଠକରେ ଶ୍ରୀଅମରନାଥ ଯାତ୍ରା ସଂପର୍କରେ ଆଲୋଚନା ହୋଇଛି।

ଆଗାମୀ ଯାତ୍ରାକୁ ନେଇ ବିଭିନ୍ନ ପ୍ରସଙ୍ଗରେ ବିସ୍ତୃତ ଆଲୋଚନା କରାଯାଇଛି। ଜୁନ ୩୦ରେ ଅମରନାଥ ଯାତ୍ରା ଆରମ୍ଭ ହେବା ନେଇ ନିଷ୍ପତ୍ତି ନିଆଯାଇଛି। ପରମ୍ପରା ଅନୁସାରେ ଏହି ଯାତ୍ରା ରକ୍ଷା ବନ୍ଧନରେ ସମାପ୍ତ ହେବ। ଚଳିତ ବର୍ଷ ପ୍ରାୟ ୪୩ ଦିନ ଧରି ଭକ୍ତ ବାବା ବର୍ଫାନୀଙ୍କ ଦର୍ଶନ କରି ପାରିବେ। ଯାତ୍ରା ସମୟରେ କୋଭିଡ୍ ନିୟମର ପାଳନ କରାଯିବ ବୋଲି ବୈଠକରେ ନିଷ୍ପତ୍ତି ହୋଇଛି।