ସୁନ୍ଦରଗଡ଼ ,୨୦/୬: ନାଳରେ ଆମ୍ବୁଲାନ୍ସ ସଫା କରୁଥିବାବେଳେ ହଠାତ୍ ମାଡ଼ି ଆସିଲା ପାହାଡ଼ିଆ ପାଣି। ଫଳରେ ଆମ୍ବୁଲାନ୍ସଟି ପାଣି ଭିତରେ ଫସିଯାଇଥିଲା ଏବଂ ଡ୍ରାଇଭର ମଧ୍ୟ ପାଣି ମଝିରେ ଫସି ଯାଇଥିଲେ। ଘଟଣାଟି ଘଟିଛି ସୁନ୍ଦରଗଡ଼ର ଗୁରୁଣ୍ଡିଆ ବ୍ଲକରେ।
ଆଜି ଦିନ ୧୧ଟାରେ ଆମ୍ବୁଲାନ୍ସକୁ ଡ୍ରାଇଭର ନାଳରେ ସଫା କରୁଥିବାବେଳେ ହଠାତ୍ ପାହାଡ଼ରୁ ପାଣି ମାଡ଼ି ଆସିଥିଲା। ଫଳରେ ୩୦ମିନିଟ୍ ଯାଏଁ ଆମ୍ବୁଲାନ୍ସ ସହ ଡ୍ରାଇଭର ପାଣିରେ ଫସି ରହିଥିଲେ। ଏହି ଆମ୍ବୁଲାନ୍ସଟି ଗୁରୁଣ୍ଡିଆ ଛକ ମୁଖ୍ୟ କାର୍ଯ୍ୟାଳୟରୁ ବଣାଇ ଆସୁଥିଲା। ସ୍ଥାନୀୟ ଲୋକଙ୍କଠୁ ଘଟଣା ସମ୍ପର୍କରେ ସୂଚନା ପାଇ ଦମକଳବାହିନୀ ସେଠାରେ ପହଞ୍ଚି ଉଦ୍ଧାର କାର୍ଯ୍ୟ ଆରମ୍ଭ କରିଥିଲେ। ଅଗ୍ନିଶମ କର୍ମଚାରୀ ଶେଷରେ ଦଉଡ଼ି ସାହାଯ୍ୟରେ ଆମ୍ବୁଲାନ୍ସ ଏବଂ ଡ୍ରାଇଭରଙ୍କୁ ଉଦ୍ଧାର କରିଥିଲେ।