ବୋରିଗୁମ୍ମା,୧୪/୫: କୋରାପୁଟରୁ ରାଣିଗଡ଼ ରାସ୍ତା ଦେଇ ଆସୁଥିବା ଏକ ଆମ୍ବୁଲାନ୍ସ ଭାରସାମ୍ୟ ହରାଇ ରାସ୍ତା ତଳକୁ ଖସି ପଡିଥିଲା। ସୌଭାଗ୍ୟବଶତଃ ଆମ୍ବୁଲାନ୍ସଟି ପୋଲ୍ କାନ୍ଥରେ ଝୁଲି ରହିଥିଲା। ଏହି ଦୁର୍ଘଟଣାରେ ଡ୍ରାଇଭର ଅଳ୍ପକେରୁ ମୃତ୍ୟୁମୁଖରୁ ବର୍ତ୍ତି ଯାଇଛନ୍ତି। ଆମ୍ବୁଲାନ୍ସରେ କୌଣସି ରୋଗୀ ନଥିଲେ।। ସ୍ଥାନୀୟ ରାଣିଗଡ଼ ଫାଣ୍ଡି ଅଧିକାରୀ ଖବର ପାଇ ଘଟଣା ସ୍ଥଳରେ ପହଞ୍ଚିଲା ବେଳକୁ ଗାଡି ଆଉ ସେଠାରେ ନଥିଲା। ସ୍ଥାନୀୟ ଲୋକଙ୍କ ସହାୟତାରେ ଆମ୍ବୁଲାନ୍ସ ପଛ ପଟରୁ ଟାଣି ରାସ୍ତାକୁ ଉପରକୁ ଅଣା ଯାଇଥିବା ଲୋକେ କହିଛନ୍ତି।