ରାହୁଲ ଗାନ୍ଧୀଙ୍କୁ ‘ନର୍ଭସ ନେତା’ କହିଲେ ବରାକ ଓବାମା

ନୂଆଦିଲ୍ଲୀ, ୧୩/୧୧ : ଆମେରିକାର ପୂର୍ବତନ ରାଷ୍ଟ୍ରପତି ବାରାକ ଓବାମା ତାଙ୍କ ଆତ୍ମଜୀବନୀ ‘ଏ ପ୍ରମିସ୍‌ଡ ଲ୍ୟାଣ୍ଡ’ରେ କଂଗ୍ରେସ ନେତା ରାହୁଲ ଗାନ୍ଧୀଙ୍କୁ ନର୍ଭସ ନେତା ବୋଲି ବର୍ଣ୍ଣନା କରିଛନ୍ତି। ପୁସ୍ତକରେ ଓବାମା ରାହୁଲ ଗାନ୍ଧୀଙ୍କ ଯୋଗ୍ୟତା ନେଇ ମଧ୍ୟ ପ୍ରଶ୍ନ ଉଠାଇଛନ୍ତି ।

ବରାକ ଓବାମା ନିଜର ପୁସ୍ତକରେ ଉଲ୍ଲେଖ କରିଛନ୍ତି ଯେ, ରାହୁଲ ଗାନ୍ଧୀ ଜଣେ ଏଭଳି ଛାତ୍ର, ଯିଏକି କୋର୍ସୱାର୍କ କରିଛନ୍ତି ଓ ଶିକ୍ଷକଙ୍କୁ ପ୍ରଭାବିତ କରିବା ଲାଗି ମଧ୍ୟ କାମ କରିଛନ୍ତି । କିନ୍ତୁ ଏହି ବିଷୟରେ ସଫଳତା ହାସଲ କରିବା ଲାଗି ଯୋଗ୍ୟତା ନାହିଁ ଅଥବା ଆତ୍ମବଳ ନାହିଁ । ସେ ରାହୁଲ ଗାନ୍ଧୀଙ୍କୁ ‘ନର୍ଭସ ଓ ବେଡୌଲ ଗୁଣବତ୍ତା ମଧ୍ୟ କହିଛନ୍ତି ।

ଏହା ବ୍ୟତୀତ ବରାକ ଓବାମା ନିଜର ପୁସ୍ତକରେ ପୂର୍ବତନ ପ୍ରଧାନମନ୍ତ୍ରୀ ମନମୋହନ ସିଂହଙ୍କୁ ସ୍ଥାନ ଦେଇଛନ୍ତି । ମନମୋହନ ସିଂହଙ୍କ ବାବଦରେ ସେ ଲେଖିଛନ୍ତି, ତାଙ୍କ ଠାରେ ଅଗାଧ ନିଷ୍ଠା ରହିଛି । ପୂର୍ବତନ ଆମେରିକୀୟ ରାଷ୍ଟ୍ରପତି ନିଜର ପୁସ୍ତକରେ ରୁଷିଆର ରାଷ୍ଟ୍ରପତି ଭ୍ଲାଦମିର ପୁଟିନ ଓ ବର୍ତ୍ତମାନର ରାଷ୍ଟ୍ରପତି ନିର୍ବାଚନରେ ବିଜୟୀ ହୋଇଥିବା ଜୋ ବାଇଡେନ ସମେତ ଅନ୍ୟ ନେତାଙ୍କୁ ମଧ୍ୟ ସ୍ଥାନ ଦେଇଛନ୍ତି ।