୮୪ ବର୍ଷ ବୟସରେ ପାଦ ଥାପିଲେ ବିଗ୍ ବି

ନୂଆଦିଲ୍ଲୀ, ୧୧/୧୦ : ୮୪ ବର୍ଷ ବୟସରେ ବିଗ୍ ବି । ଆଙ୍ଗ୍ରି ୟଙ୍ଗ୍ ମ୍ୟାନ୍’ରୁ ଅମିତାଭ ବଚନ ବନିଲେ ସିନେମାର ଶେହେନସାହ । ବଲିଉଡରେ ୫ ଦଶନ୍ଧିର ସଫର । କିମ୍ବଦନ୍ତୀ ଅଭିନେତା ୨୦୦ରୁ ଅଧିକ ଚଳଚ୍ଚିତ୍ରରେ ଦେଖିବାକୁ ମିଳିଛି ଅଭିନୟର ଛାପ । ବିଗ ବିଙ୍କୁ ଜନ୍ମଦିନ ଶୁଭେଛା ଜଣାଇବା ପାଇଁ ମୁମ୍ବାଇ ଜଲସାରେ ପ୍ରଶଂସକଙ୍କ ଭିଡ଼ । ‘ଜଞ୍ଜିର,’ ‘ଦିୱାର,’ ‘ଶୋଲେ,’ ‘ପିଙ୍କ’ ଏବଂ ‘ଶୋଲେ’ ଭଳି ଫିଲ୍ମରେ ଭୂମିକା ଦ୍ୱାରା ସେ ସୁପରଷ୍ଟାର ହୋଇଯାଇଥିଲେ । ଏଥିସହ ‘କୌନ ବନେଗା କରୋଡପତି’ ଶୋ ମାଧ୍ୟମରେ ମଧ୍ୟ ସବୁଠି ଚର୍ଚ୍ଚାରେ ଥିଲେ । ଏହି ବୟସରେ ମଧ୍ୟ, ଅମିତାଭ ଲୋକଙ୍କୁ କଠିନ ପରିଶ୍ରମ, ଶୃଙ୍ଖଳା ଏବଂ ସକାରାତ୍ମକତା ମାଧ୍ୟମରେ ଆଗକୁ ବଢ଼ିବାକୁ ପ୍ରେରଣା ଦିଅନ୍ତି । ତାଙ୍କର ଜନ୍ମଦିନ କେବଳ ଏକ ଉତ୍ସବ ନୁହେଁ, ବରଂ ସଂଘର୍ଷ, ସଫଳତା ଏବଂ ନିରନ୍ତର ଶିକ୍ଷାର କାହାଣୀ । ଅମିତାଭ ବଚ୍ଚନ ବର୍ଷରେ ଦୁଇଥର ତାଙ୍କର ଜନ୍ମଦିନ ପାଳନ କରନ୍ତି, ଏବଂ ଏହା ପଛରେ ଥିବା କାହାଣୀ ବହୁତ ଆକର୍ଷଣୀୟ । ବିଗ୍ ବିଙ୍କ ଦ୍ୱିତୀୟ ଜନ୍ମଦିନ ମଧ୍ୟ ଅଗଷ୍ଟ ୨ ତାରିଖରେ ପାଳନ କରାଯାଏ । ତାଙ୍କ ପ୍ରଶଂସକମାନେ ଏହାକୁ ‘ପୁନର୍ଜନ୍ମର ଦିନ’ ବୋଲି ବିବେଚନା କରନ୍ତି କାରଣ ଏହି ଦିନରେ ସେ ମୃତ୍ୟୁ ବିରୁଦ୍ଧରେ ଯୁଦ୍ଧ ଜିତିଥିଲେ । ଅମିତାଭ ବଚ୍ଚନ ନିଜ ସ୍ୱାସ୍ଥ୍ୟ ପ୍ରତି ଖୁବ ଯତ୍ନ ଦେଇଥାଆନ୍ତି । ସେ ନିୟମିତ ବ୍ୟାୟାମ ଓ ଯୋଗ କରନ୍ତି । ପ୍ରାତଃ ଭ୍ରମଣରେ ମଧ୍ୟ ଯାଇଥାଆନ୍ତି । ଏହାସହ ନିଜ ଖାଦ୍ୟପେୟ ପ୍ରତି ବିଶେଷ ଧ୍ୟାନ ଦିଅନ୍ତି । ନିଜ ଶରୀରକୁ ସୁସ୍ଥ ରଖିବା ପାଇଁ ସନ୍ତୁଳିତ ଖାଦ୍ୟ ଓ ପୃଷ୍ଟିକର ଖାଦ୍ୟ ନିୟମିତ ଖାଇଥାଆନ୍ତି ।