ଅମିତାଭ୍‌ ବଚ୍ଚନଙ୍କ ଫଟୋ ଏବଂ ସ୍ଵର କେହି ବ୍ୟବହାର କରିପାରିବେ ନାହିଁ : ଦିଲ୍ଲୀ ହାଇକୋର୍ଟ

ମୁମ୍ଵାଇ, ୨୫/୧୧ : ବଲିଉଡର ମେଗାଷ୍ଟାର ଅମିତାଭ ବଚ୍ଚନ ଦିଲ୍ଲୀ ହାଇକୋର୍ଟରେ ଏକ ପିଟିସନ ଦାଖଲ କରିଛନ୍ତି । ତାଙ୍କ ବିନା ଅନୁମତିରେ ଅନେକ କମ୍ପାନୀ ତାଙ୍କ ନାମ, ସ୍ୱର ଏବଂ ବ୍ୟକ୍ତିତ୍ୱ ବ୍ୟବହାର କରୁଛନ୍ତି । ଏହା ଦୀର୍ଘ ଦିନ ଧରି ଘଟି ଆସୁଛି। ନିଜେ ପର୍ସନାଲିଟି ରାଇଟସ୍‌ର ସୁରକ୍ଷା ଚାହୁଁଛନ୍ତି। ଜଣେ ପ୍ରସିଦ୍ଧ ଜନପ୍ରତିନିଧି ହୋଇ ଅମିତାଭ ବଚ୍ଚନ ଚାହାଁନ୍ତି ନାହିଁ ଯେ ତାଙ୍କ ବିନା ଅନୁମତିରେ କେହି ତାଙ୍କ ପରିଚୟ ବ୍ୟବହାର କରନ୍ତୁ।

ଅମିତାଭ ବଚ୍ଚନଙ୍କୁ ଦିଲ୍ଲୀ ହାଇକୋର୍ଟ ଏକ ବଡ଼ ଆଶ୍ଵସ୍ତି ଦେଇଛନ୍ତି । ବାସ୍ତବରେ, ବିଗ୍ ବି ତାଙ୍କ ନାମ, ଫଟୋ ଏବଂ ସ୍ୱର ସହିତ ଅନେକ ବିଷୟରେ ଜଣାଇ ଦିଲ୍ଲୀ ହାଇକୋର୍ଟଙ୍କ ନିକଟକୁ ଯାଇଥିଲେ। ତେବେ ହାଇକୋର୍ଟରେ ଦାଖଲ ହୋଇଥିବା ଆବେଦନରେ ଅମିତାଭ ବ୍ୟକ୍ତିଗତ ଅଧିକାରର ସୁରକ୍ଷା ଦାବି କରିଥିଲେ। ଯାହାକୁ ହାଇକୋର୍ଟ ତାଙ୍କ ସ୍ୱର, ନାମ, ଫଟୋ ଏବଂ ପୋଷ୍ଟର ସମେତ ତାଙ୍କ ସହ ଜଡିତ କୌଣସି ଜିନିଷ ବ୍ୟବହାର ଉପରେ ପ୍ରତିବନ୍ଧକ ଲଗାଇଛନ୍ତି। ଅମିତାଭଙ୍କ ଆବେଦନ ମାମଲାରେ ମିଳିଥିବା ଖବର ଅନୁଯାୟୀ ଜଷ୍ଟିସ ନବିନ ଚାୱଲାଙ୍କ ବେଞ୍ଚ ଦିଲ୍ଲୀ ହାଇକୋର୍ଟରେ ଦାଖଲ ହୋଇଥିବା ପିଟିସନର ଶୁଣାଣି କରିଛି।

କହିବାକୁ ଗଲେ ବଲିଉଡର ସୁପରଷ୍ଟାର ଅମିତାଭ ବଚ୍ଚନ ତାଙ୍କ ସ୍ୱରର ବ୍ୟବହାରକୁ ନେଇ ଅନେକ ଥର ନିଜର ଅସନ୍ତୋଷ ବ୍ୟକ୍ତ କରିଛନ୍ତି। ଏଥିସହିତ ସେ ବ୍ୟକ୍ତିଗତ ଅଧିକାରର ସୁରକ୍ଷା ଦାବି କରି ଦିଲ୍ଲୀ ହାଇକୋର୍ଟ ଯିବାକୁ ନିଷ୍ପତ୍ତି ନେଇ ସେଠାରେ ଏକ ଆବେଦନ କରିଥିଲେ। ଆବେଦନ ଦାଖଲ ହେବା ପରେ ଜଣାଶୁଣା ଓକିଲ ହରିଶ ଅମିତାଭ ବଚ୍ଚନଙ୍କ ପକ୍ଷରୁ ଜଷ୍ଟିସ ନବୀନ ଚାୱଲାଙ୍କ ସମ୍ମୁଖରେ ତାଙ୍କ ପକ୍ଷ ଉପସ୍ଥାପନ କରିଥିଲେ, ଯାହା ପରେ ଅମିତାଭ ବଚ୍ଚନଙ୍କ ସପକ୍ଷରେ କୋର୍ଟ ରାୟ ଦେଇଥିଲେ।

SBI_Festive_Digital Billboard