ନୂଆଦିଲ୍ଲୀ, ୬/୧୦ : ଆଜି ସକାଳ ପ୍ରାୟ ୫.୧୩ ମିନିଟରେ ଲେହରେ ଭୂକମ୍ପ ଝଟ୍କା ଅନୁଭୂତ ହୋଇଛି । ନ୍ୟାସନାଲ ସେଣ୍ଟର ଫର ସେସମୋଲୋଜି ଅନୁଯାୟୀ ଏହି ଭୂକମ୍ପ କେନ୍ଦ୍ର ଲେହଠାରୁ ୧୭୪ କିଲୋମିଟର ଦୂରରେ ଥିବା ଜଣାପଡିଛି । ରିକ୍ଟର ସ୍କେଲରେ ଭୂକମ୍ପରେ ତୀବ୍ରତା ୫.୧ ଥିବା ଜଣାପିଡିଛି । ଭୂକମ୍ପର ଝଟ୍କା ଅନୁଭୂତ ହେବା ମାତ୍ରେ ସ୍ଥାନୀୟ ଲୋକେ ଘର ବାହାରକୁ ବାହାରିଆସିଥିବା ବେଳେ କିଛି ଲୋକ ଘରେ ରହିଯାଇଥିଲେ । ତେବେ ବର୍ତ୍ତମାନ ପର୍ଯ୍ୟନ୍ତ କୌଣସି କ୍ଷୟକ୍ଷତିର ସୂଚନା ମିଳିନାହିଁ ।ଏହାପୂର୍ବରୁ ମଧ୍ୟ ଲେହରେ ଅନେକ ଥର ଭୂକମ୍ପ ଝଟ୍କା ଅନୂଭୂତ ହୋଇସାରିଛି ।