ଭୁବନେଶ୍ୱର : ଆନନ୍ଦପୁର ବିଧାୟକ କରୋନା ସଂକ୍ରମିତ ହୋଇଥିବା ଜଣାପଡ଼ିଛି । କେନ୍ଦୁଝର ଜିଲାରେ କରୋନା ସଂକ୍ରମଣ ବୃଦ୍ଧି ପାଉଥିବା ବେଳେ ଆନନ୍ଦପୁର କରୋନା ସଂକ୍ରମଣ କ୍ରମାଗତ ଭାବେବୃଦ୍ଧି ପାଉଥିବାରୁ ଜିଲା ପ୍ରଶାସନ ପକ୍ଷରୁ ଆନନ୍ଦପୁର ପୋୖରାଞ୍ଚଳକୁ ଠାରୁସେପ୍ଟମ୍ବର ୩ ପର୍ଯ୍ୟନ୍ତ ସଟଡାଉନ ବୃଦ୍ଧି କରାଯାଇଥିଲା । ଲୋକଙ୍କ ଜୀବନ ଜୀବିକାକୁ ଦୃଷ୍ଟିରେ ରଖି ଜିଲ୍ଲା ପ୍ରଶାସନ ପକ୍ଷରୁ ଆନନ୍ଦପୁର ପୋୖରାଞ୍ଚଳର ଏହି ସଟ୍ ଡାଉନରେ କୋହଳ କରି ଥିବା ବେଳେ ଆନନ୍ଦପୁର ବିଧାୟକ ଭାଗୀରଥୀ ସେଠୀ କରୋନା ସଂକ୍ରମିତ ହୋଇ ଭୁବନେଶ୍ଵର ବାସଭବନରେ ଚିକିତ୍ସିତ ହେଉଥିବା ଜଣାପଡ଼ିଛି। ସମର୍ଥକ ମାନେ ତାଙ୍କର ଆଶୁ ଆରୋଗ୍ୟ କମନା କରିଛନ୍ତି ।