ଫୁଟବଲ କିମ୍ବଦନ୍ତୀ ମେସିଙ୍କୁ ଅନନ୍ତ ଅମ୍ବାନୀ ଦେଲେ ୧୦ ଟଙ୍କାର କୋଟିର ଘଣ୍ଟା

ଜାମନଗର : ଫୁଟବଲ କିଂବଦନ୍ତି ଲିଓନେଲ ମେସି ଭାରତ ଗସ୍ତରେ ଆସିଥିବା ବେଳେ ଅନନ୍ତ ଅମ୍ବାନୀଙ୍କ ଦ୍ବାରା ପ୍ରତିଷ୍ଠା କରାଯାଇଥିବା ବନ୍ୟଜନ୍ତୁ ଉଦ୍ଧାର, ଥଇଥାନ ଓ ସଂରକ୍ଷଣ କେନ୍ଦ୍ର ‘ବନତାରା’କୁ ସ୍ବତନ୍ତ୍ର ପରିଦର୍ଶନ କରିିଥିଲେ। ସନାତନ ଧର୍ମ ଅନୁସାରେ ତାଙ୍କୁ ସେଠାରେ ଭବ୍ୟ ସ୍ବାଗତ କରାଯାଇଥିଲା। ସେ ପାରମ୍ପରିକ ହିନ୍ଦୁ ରୀତିନୀତିରେ ଭାଗ ନେଇଥିଲେ, ବନ୍ୟଜନ୍ତୁମାନଙ୍କ ସହ ସମୟ କାଟିଥିଲେ, ସଂରକ୍ଷଣ ଟିମ୍ ଓ ବନ୍ୟଜନ୍ତୁଙ୍କ ଯତ୍ନରେ ନିୟୋଜିତ ଲୋକମାନଙ୍କ ସହ ଭାବ ବିନିମୟ କରିଥିଲେ। ମେସିଙ୍କ ଏହି ପରିଦର୍ଶନ ମାନବିକତା ମୂଲ୍ୟବୋଧ ଓ ଅନନ୍ତଙ୍କ ସହିତ ତାଙ୍କ ଗଭୀର ବନ୍ଧୁତାକୁ ଦର୍ଶାଇଥିଲା। ଏହି ସମୟରେ ଅନନ୍ତ ତାଙ୍କୁ ଏକ ଦାମୀ ଘଣ୍ଟା ଦେଇଥିବା ଜଣାଯାଇଛି।

ଘଣ୍ଟାକୁ ନେଇ ଆରମ୍ଭ ହେଲା ଚର୍ଚ୍ଚା …
ଏବେ ଅନନ୍ତ ଦେଇଥିବା ଘଣ୍ଟାକୁ ନେଇ ଚର୍ଚ୍ଚା ଆରମ୍ଭ ହୋଇଛି। ଘଣ୍ଟାର ଦାମ୍ ସହିତ ଏହାର ଲୁକ୍ ଏବେ ଲୋକପ୍ରିୟ ହୋଇଛି। ଘଣ୍ଟାଟି ହେଉଛି Richard Mille RM 003-V2 GMT Tourbillon “Asia Edition”। ମାର୍କେଟରେ ଏହାର ଦାମ୍ ୧୦.୯କୋଟି ହେବ ବୋଲି ଜଣାପଡ଼ିଛି। ବିନା ଘଣ୍ଟାରେ ‘ବନତାରା’କୁ ଯାଇଥିବା ମେସି ସେଠାରୁ ବାହାରିବା ପରେ ତାଙ୍କ ହାତରେ RM 003-V2 ଘଣ୍ଟା ଥିବା ଦେଖାଯାଇଥିଲା। ମେସିଙ୍କ ହାତରେ ଏହି ଦାମୀ ଘଣ୍ଟା ‌ଦେଖିବା ପରେ ଏହାର ଦାମ୍‌କୁ ନେଇ ଚର୍ଚ୍ଚା ଆରମ୍ଭ ହୋଇଯାଇଥିଲା।

Madhukunj