ପୁରୀ ପରିକ୍ରମା ଲୋକାର୍ପଣ : ମହାଯଜ୍ଞ ପାଇଁ ଅଙ୍କୁର ପୂଜନ ଓ ମଣ୍ଡଳ ସ୍ଥାପନ

0

ଭୁବନେଶ୍ୱର, ୧୪/୧ : ଶ୍ରୀମନ୍ଦିର ପରିକ୍ରମା ପ୍ରକଳ୍ପର ଲୋକାର୍ପଣ ମହୋତ୍ସବ ମହାଯଜ୍ଞ ପାଇଁ ଅଙ୍କୁର ପୂଜନ ହୋଇଯାଇଛି । ଆଜି  ଅଧିବାସ ସହିତ ଯଜ୍ଞ ପାଇଁ ଅନ୍ୟ ନୀତି ସମ୍ପନ୍ନ ହେବ । ପ୍ରକଳ୍ପ ଉଦଘାଟନ ପାଇଁ ସ୍ୱତନ୍ତ୍ର ଫଳକ ସ୍ଥାପନ ସହ ଏହାକୁ ବୈଦିକ ରୀତିରେ ପୂଜା କରାଯିବ । ଆରମ୍ଭ ହୋଇଛି ଯଜ୍ଞବିଧି । ବ୍ରାହ୍ମଣ, ପଣ୍ଡିତ ଓ ରାଜଗୁରୁଙ୍କ ତତ୍ତ୍ୱାବଧାନରେ କରାଯାଉଛି ସମସ୍ତ କାର୍ଯ୍ୟ । ଗତକାଲି ଗଜପତି ମହାରାଜା ଆଚାର୍ଯ୍ୟ ବରଣ କରିଥିଲେ । ପରିକ୍ରମା ପ୍ରକଳ୍ପର ଶୁଭ ଉଦଘାଟନକୁ ଚିର ସ୍ମରଣୀୟ କରିବା ପାଇଁ ସ୍ଵତନ୍ତ୍ର ଫଳକ ଲଗାଯିବ । ଭିତ୍ତିପ୍ରସ୍ତର ନିକଟରେ ରହିବ ଉଦଘାଟନ ଫଳକ । ଏହାକୁ ସ୍ବତନ୍ତ୍ର ଚାନ୍ଦୁଆ ଦ୍ୱାରା ଆଚ୍ଛାଦିତ କରାଯିବ । ମହାଯଜ୍ଞରେ ଗଜପତି ମହାରାଜା ପୂର୍ଣ୍ଣାହୁତି ଦେବା ସହ ପ୍ରକଳ୍ପକୁ ମୁଖ୍ୟମନ୍ତ୍ରୀ ପ୍ରକଳ୍ପ ଲୋକାର୍ପଣ କରିବେ । ଲୋକାର୍ପଣ ଉତ୍ସବ ପାଇଁ ଚାଲିଥିବା ପ୍ରସ୍ତୁତିର ସମୀକ୍ଷା କରିଛନ୍ତି ମୁଖ୍ୟ ଶାସନ ସଚିବ ପ୍ରଦୀପ ଜେନା । ସୁରକ୍ଷା ଓ ପ୍ରସ୍ତୁତି ନେଇ ଜିଲ୍ଲା ପ୍ରଶାସନ ସହ ବିସ୍ତୃତ ଆଲୋଚନା କରିଛନ୍ତି । ୧୭ ତାରିଖରେ ଲୋକାର୍ପଣ କରିବେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ତେଣୁ ଏହା ପୂର୍ବରୁ ପୁରୀରେ ପହଞ୍ଚି କାର୍ଯ୍ୟର ସମୀକ୍ଷା କରିଛନ୍ତି ମୁଖ୍ୟ ଶାସନ ସଚିବ ।

Leave A Reply

Your email address will not be published.