ଭୁବନେଶ୍ବର, ୦୩/୧୨ : ଆସନ୍ତା ଫେବୃଆରୀ ୧୮ରୁ ମାର୍ଚ୍ଚ ୨୧ ପର୍ଯ୍ୟନ୍ତ ଚାଲିବ ପରୀକ୍ଷା । ଡିସେମ୍ବର ୧୫ରୁ ମିଳିବ ଆଡମିଟ କାର୍ଡ । ଜାନୁଆରୀ ୨ରୁ ୧୫ ତାରିଖ ପର୍ଯ୍ୟନ୍ତ ପ୍ରାକ୍ଟିକାଲ ପରୀକ୍ଷା । ଉଚ୍ଚ ମାଧ୍ୟମିକ ଶିକ୍ଷା ପରିଷଦ ପକ୍ଷରୁ ଘୋଷଣା। ପ୍ରତି ଜିଲ୍ଲାରେ ୨ ୟୁନିଟ ସ୍କ୍ବାଡ କାମ କରିବେ । ପରୀକ୍ଷା ହଲରେ ଲାଗିବ ସିସିଟିଭି କ୍ୟାମେରା । ୧୩୫୦ଟି କେନ୍ଦ୍ରରେ ଅନୁଷ୍ଠିତ ହେବ ପରୀକ୍ଷା । ମୋଟ ୪ଲକ୍ଷ ୭ ହଜାର ୩୭ ଜଣ ପରୀକ୍ଷା ଦେବେ । ସମସ୍ତ ୨୧୦ଟି କେନ୍ଦ୍ରରେ AI କ୍ୟାମେରା ଲାଗିବ । ପ୍ରଥମ ଥର ଲାଗି ପ୍ରାକ୍ଟିକାଲ ପରୀକ୍ଷାରେ ୱେବକାଷ୍ଟ ବ୍ୟବସ୍ଥା ହେବ।