କିସ ବାର୍ଷିକ ବିଜ୍ଞାନ ଉତ୍ସବ ଉଦଘାଟିତ, ମୁଖ୍ୟ ଅତିଥି କିସ୍ ଓ କିଟ ପ୍ରତିଷ୍ଠାତା ଡ. ଅଚ୍ୟୁତ ସାମନ୍ତ

ଭୁବନେଶ୍ୱର, ୨୫/୧୦ (ଓଡିଶା ଖବର) : କିସ ବାର୍ଷିକ ବିଜ୍ଞାନ ଉତ୍ସବ ୨୦୨୫ ଉଦଘାଟିତ ହୋଇଯାଇଛି । କିସ୍ ଓ କିଟ ପ୍ରତିଷ୍ଠାତା ଡ. ଅଚ୍ୟୁତ ସାମନ୍ତ ମୁଖ୍ୟ ଅତିଥି ଭାବେ ଯୋଗଦେଇ ଫେଷ୍ଟକୁ ଉଦଘାଟିତ କରିଛନ୍ତି । ଚଳିତ ବର୍ଷ ବାର୍ଷିକ ବିଜ୍ଞାନ ଉତ୍ସବର ବିଷୟ ବସ୍ତୁ ରହିଛି ଗ୍ଲୋବାଲ ଲିଡରସିପ ଇନ ସାଇନ୍ସ ଆଣ୍ଡ ଇନୋଭେସନ । ୨ ଦିନ ଧରି ଚାଲିବାକୁ ଥିବା ଏହି ଉତ୍ସବରେ ମୋଟ ୫ ଶହଟି ପ୍ରକଳ୍ପ ସ୍ଥାନ ପାଇଛି । ଅନ୍ୟ ବିଦ୍ୟାଳୟରୁ ନିମନ୍ତ୍ରିତ ଅଭିଜ୍ଞ ବିଚାରକ ମଣ୍ଡଳୀ ଦ୍ଵାରା ଶ୍ରେଷ୍ଠ ପ୍ରକଳ୍ପଗୁଡିକର ଚୟନ କାମ ମଧ୍ୟ ଶୃଙ୍ଖଳାର ସହ ସମ୍ପାଦିତ ହୋଇଛି । ଛାତ୍ରଛାତ୍ରୀଙ୍କର ଲୁକାୟିତ ପ୍ରତିଭା, ଜିଜ୍ଞାସା କେବଳ ପ୍ରକଳ୍ପଗୁଡିକରେ ନୁହେଁ ସେମାନଙ୍କର ନିଆରା ଉପସ୍ଥାପନା ଶୈଳୀ ମାଧ୍ୟମରେ ପ୍ରକାଶିତ ହୋଇଛି ।

ଏହି ଅବସରରେ ଛାତ୍ରଛାତ୍ରୀଙ୍କ ମଧ୍ୟରେ ବିଜ୍ଞାନ ଭିତ୍ତିକ ଚିତ୍ରାଙ୍କନ ପ୍ରତିଯୋଗିତା, ସ୍ଲୋଗାନ ଲିଖନ ପ୍ରତିଯୋଗିତା, ବିଜ୍ଞାନ ବିଷୟବସ୍ତୁକୁ ଆଧାରକରି କର୍ମଶାଳା ଓ ତର୍କ ପ୍ରତିଯୋଗିତା ମଧ୍ୟ ଆୟୋଜିତ ହୋଇଛି। ଛାତ୍ରଛାତ୍ରୀମାନେ KIOSK ମାଧ୍ୟମରେ ବିଜ୍ଞାନ ଆଧାରିତ ଖେଳ, ମହାକାଶ ବିଜ୍ଞାନକୁ ନେଇ ବିଭିନ୍ନ କୁଇଜ କାର୍ଯ୍ୟକ୍ରମରେ ମଧ୍ୟ ଅଂଶଗ୍ରହଣ କରିଥିଲେ। କିସର ସମସ୍ତ ଶିକ୍ଷକ ଶିକ୍ଷୟିତ୍ରୀଙ୍କ ମାର୍ଗଦର୍ଶନ ଓ ସହଯୋଗୀ କର୍ମଚାରୀଙ୍କ ସହଯୋଗରେ ଏହି ବିଜ୍ଞାନ ଉତ୍ସବ କାର୍ଯ୍ୟକ୍ରମ ଆରମ୍ଭ ହୋଇଛି। ‘କିସ୍’ର ବିଭିନ୍ନ ଜିଲ୍ଲାରେ ଥିବା ଶାଖା ବିଦ୍ୟାଳୟଗୁଡିକରେ ଛାତ୍ରଛାତ୍ରୀମାନେ ଏହି କାର୍ଯ୍ୟକ୍ରମର ସିଧା ପ୍ରସାରଣକୁ ଉପଭୋଗ କରିଥିଲେ । ଆଜି ଆୟୋଜିତ କାର୍ଯ୍ୟକ୍ରମରେ କିସ୍ ମୁଖ୍ୟ କାର୍ଯ୍ୟନିର୍ବାହୀ ଅଧିକାରୀ ଡ.ପ୍ରଶାନ୍ତ କୁମାର ରାଉତରାୟ, ଉପକୁଳପତି ପ୍ରଫେସର କାଶୀନାଥ ଜେନା, ଅତିରିକ୍ତ ମୁଖ୍ୟ କାର୍ଯ୍ୟନିର୍ବାହୀ ଅଧିକାରୀ ପ୍ରମୋଦ କୁମାର ପାତ୍ର, ପ୍ରଧାନଶିକ୍ଷକ ରଶ୍ମୀ ରଞ୍ଜନ ନାୟକ ଓ ଅନ୍ୟ ପଦାଧିକାରୀ ଉପସ୍ଥିତ ଥିଲେ।

SBI_Festive_Digital Billboard