ଭୁବନେଶ୍ୱର, ୨୧/୮ : ରାଜ୍ୟରୁ ଆଜି ୧୦ ଜଣଙ୍କ ଜୀବନ ନେଇଛି ମହାମାରୀ କରୋନା । ଆଜି ମୃତ୍ୟୁ ବରଣ କରିଥିବା ୧୦ ଜଣଙ୍କୁ ମିଶାଇ ରାଜ୍ୟର ମୋଟ୍ ମୃତ୍ୟୁ ସଂଖ୍ୟା ୩୯୦କୁ ବୃଦ୍ଧି ପାଇଛି । ଏନେଇ ରାଜ୍ୟ ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ପକ୍ଷରୁ ସୂଚନା ଦିଆଯାଇଛି ।
ଆଜି ମୃତ୍ୟୁ ବରଣ କରିଥିବା ୧୦ ଜଣଙ୍କ ମଧ୍ୟରେ ଗଞ୍ଜାମ ଜିଲାରୁ ୪ ଜଣ ରହିଥିବାବେଳେ ଭୁବନେଶ୍ୱରରୁ ୨ ଜଣ, ଅନୁଗୋଳ, କୋରାପୁଟ, ନୟାଗଡ, ସୋନପୁର ଜିଲାରୁ ଜଣେ ଲେଖାଏଁ କରୋନା ଆକ୍ରାନ୍ତଙ୍କ ମୃତ୍ୟୁ ଘଟିଛି।