ରାଜ୍ୟରୁ ଆଜି ସୁସ୍ଥ ହେଲେ ୪୦୬୬ ଜଣ କରୋନା ଆକ୍ରାନ୍ତ, ୧ ଲକ୍ଷ ୯୮ ହଜାର ୧୯୪ରେ ପହଞ୍ଚିଲା ସୁସ୍ଥଙ୍କ ସଂଖ୍ୟା

ଭୁବନେଶ୍ୱର, ୩/୧୦ : ଗତ କିଛି ଦିନ ହେବ ରାଜ୍ୟରେ ଆକ୍ରାନ୍ତଙ୍କ ତୂଳନାରେ ସୁସ୍ଥ ସଂଖ୍ୟା ବଢିବାରେ ଲାଗିଛି। ଗତ କେତେ ଦିନ ହେବ ନୂତନ ସଂକ୍ରମିତଙ୍କ ସଂଖ୍ୟା ଚାରି ହଜାରରୁ କମ ରହୁଛି। ଆଶ୍ଵସ୍ତିକର କଥା ସଂପ୍ରତି ସୁସ୍ଥହାର ବଢିବାରେ ଲାଗିଛି। ଏହି କ୍ରମରେ ରାଜ୍ୟରୁ ଆଜି ୪୦୬୬ ଜଣ କରୋନା ଆକ୍ରାନ୍ତ ସୁସ୍ଥ ହୋଇଛନ୍ତି। ଏନେଇ ରାଜ୍ୟ ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ପକ୍ଷରୁ ଟୁଇଟ କରି ସୂଚନା ଦିଆଯାଇଛି। ନୂଆ ସୁସ୍ଥଙ୍କୁ ମିଶାଇଲେ ଏଯାବତ ରାଜ୍ୟରୁ ୧ ଲକ୍ଷ ୯୮ ହଜାର ୧୯୪ ଜଣ କରୋନା ସଂକ୍ରମିତ ସୁସ୍ଥ ହୋଇଥିବା ଜଣାପଡ଼ିଛି। ଆଜି ଖୋର୍ଦ୍ଧା ଜିଲ୍ଲାରୁ ସର୍ବାଧିକ ୬୪୮ ଆକ୍ରାନ୍ତ ସୁସ୍ଥ ହୋଇଥିବା ରିପୋର୍ଟ ରହିଛି।