ରାଜ୍ୟରେ ଆଜି ସୁସ୍ଥ ହେଲେ ୬୬୦ କରୋନା ଆକ୍ରାନ୍ତ

ଭୁବନେଶ୍ୱର, ୨/୧୨ : ରାଜ୍ୟରେ କରୋନା ଭାଇରସ୍‌ ସଂକ୍ରମଣ ନିୟନ୍ତ୍ରଣରେ ଆସୁଥିବା ଦେଖିବାକୁ ମିଳିଛି। ଏହି କ୍ରମରେ ଗତ ୨୪ ଘଣ୍ଟାରେ ରାଜ୍ୟରେ ୬୬୦ ରୋଗୀ ସୁସ୍ଥ ହୋଇ ଘରକୁ ଫେରିଛନ୍ତି। ଏନେଇ ରାଜ୍ୟ ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ପକ୍ଷରୁ ଟୁଇଟ କରି ସୂଚନା ଦିଆଯାଇଛି। ନୂଆ ସୁସ୍ଥଙ୍କୁ ମିଶାଇଲେ ଏଯାବତ ରାଜ୍ୟରୁ ୩ ଲକ୍ଷ ୧୩ ହଜାର ୩୯୪ ଜଣ କରୋନା ସଂକ୍ରମିତ ସୁସ୍ଥ ହୋଇଥିବା ଜଣାପଡ଼ିଛି।

ଆଜି ମୟୂରଭଞ୍ଜରୁ ୫୬, ଅନୁଗୋଳରୁ ୫୫, ଖୋର୍ଦ୍ଧାରୁ ୫୪, ସୁନ୍ଦରଗଡ଼ରୁ ୪୬, ବଲାଙ୍ଗୀରରୁ ୪୨, ଜଗତସିଂହପୁରରୁ ୩୯, ବାଲେଶ୍ବର ଓ କଟକରୁ ୩୮ ଜଣ ଲେଖାଁଏ, କେନ୍ଦୁଝରରୁ ୩୭, ଝାରସୁଗୁଡାରୁ ୨୮ ଓ କେନ୍ଦ୍ରାପଡାରୁ ୨୬ ଜଣ କରୋନା ଆକ୍ରାନ୍ତ ସୁସ୍ଥ ହୋଇଛନ୍ତି।

ସେହିପରି ନୂଆପଡାରୁ ୨୬, ପୁରୀ ଓ ସମ୍ବଲପୁରରୁ ୨୩ ଜଣ ଲେଖାଁଏ, ବରଗଡ଼ ଓ ଯାଜପୁରରୁ ୧୭ ଜଣ ଲେଖାଏଁ, ଢେଙ୍କାନାଳରୁ ୧୬, ଭଦ୍ରକରୁ ୧୫, କଳାହାଣ୍ଡିରୁ ୧୧, ମାଲକାନଗିରି ଓ ନବରଙ୍ଗପୁରରୁ ୮ ଜଣ ଲେଖାଁଏ, ଦେବଗଡ଼, ଗଞ୍ଜାମ, କୋରାପୁଟ ଓ ରାୟଗଡ଼ାରୁ ୪ ଜଣ ଲେଖାଏଁ, କନ୍ଧମାଳ ଓ ନୟାଗଡ଼ରୁ ୩ ଜଣ ଲେଖାଁଏ ଏବଂ ଗଜପତିରୁ ୨ ଜଣ କରୋନା ଆକ୍ରାନ୍ତ ଆରୋଗ୍ୟ ଲାଭ କରିଛନ୍ତି।

ଅନ୍ୟପକ୍ଷରେ ସୁବର୍ଣ୍ଣପୁରରୁ ୨ ଜଣ ଏବଂ ଷ୍ଟେଟ୍ ପୁଲରୁ ୧୧ ଜଣ କରୋନା ସଂକ୍ରମିତ ସୁସ୍ଥ ହୋଇଛନ୍ତି। ଏଥି ସହିତ ରାଜ୍ୟରେ ସମୁଦାୟ ଆରୋଗ୍ୟଙ୍କ ସଂଖ୍ୟା ୩ ଲକ୍ଷ ୧୩ ହଜାର ୩୯୪ କୁ ବୃଦ୍ଧି ପାଇଛି।