ଭୁବନେଶ୍ୱର, ୨୦/୮ : ରାଜ୍ୟରୁ ଆଜି ୮ ଜଣଙ୍କ ଜୀବନ ନେଇଛି ମହାମାରୀ କରୋନା । ଆଜି ମୃତ୍ୟୁ ବରଣ କରିଥିବା ୮ ଜଣଙ୍କୁ ମିଶାଇ ରାଜ୍ୟର ମୋଟ୍ ମୃତ୍ୟୁ ସଂଖ୍ୟା ୩୮୦କୁ ବୃଦ୍ଧି ପାଇଛି । ଏନେଇ ରାଜ୍ୟ ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ପକ୍ଷରୁ ସୂଚନା ଦିଆଯାଇଛି ।
ଆଜି ମୃତ୍ୟୁ ବରଣ କରିଥିବା ୮ ଜଣଙ୍କ ମଧ୍ୟରେ ଗଞ୍ଜାମ ଜିଲାରୁ ୪ ଜଣ ରହିଥିବାବେଳେ ଖୋର୍ଦ୍ଧା, କଟକ, ପୁରୀ ଏବଂ ଢେଙ୍କାନାଳ ଜିଲାରୁ ଜଣେ ଲେଖାଏଁ କରୋନା ଆକ୍ରାନ୍ତଙ୍କ ମୃତ୍ୟୁ ଘଟିଛି।