ରାଜ୍ୟରେ ଆଜି ଆଉ ୯ ଜୀବନ ନେଲା ମହାମାରୀ କରୋନା, ୩୬୨ରେ ପହଞ୍ଚିଲା ମୃତ୍ୟୁ ସଂଖ୍ୟା

ଭୁବନେଶ୍ୱର, ୧୮/୮ : ରାଜ୍ୟରୁ ଆଜି ୯ ଜଣଙ୍କ ଜୀବନ ନେଇଛି ମହାମାରୀ କରୋନା । ଆଜି ମୃତ୍ୟୁ ବରଣ କରିଥିବା ୯ ଜଣଙ୍କୁ ମିଶାଇ ରାଜ୍ୟର ମୋଟ୍ ମୃତ୍ୟୁ ସଂଖ୍ୟା ୩୬୨କୁ ବୃଦ୍ଧି ପାଇଛି । ଏନେଇ ରାଜ୍ୟ ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ପକ୍ଷରୁ ସୂଚନା ଦିଆଯାଇଛି ।

ଆଜି ମୃତ୍ୟୁ ବରଣ କରିଥିବା ୯ ଜଣଙ୍କ ମଧ୍ୟରେ ଗଞ୍ଜାମ ଜିଲାରୁ ୩ ଜଣ ରହିଥିବାବେଳେ ରାୟଗଡା ଜିଲାରୁ ୨ ଜଣ ଓ ବାଲେଶ୍ୱର, ଖୋର୍ଦ୍ଧା, ମାଲକାନଗିରି ଓ ସମ୍ବଲପୁର ଜିଲାରୁ ଜଣେ ଲେଖାଏଁ କରୋନା ଆକ୍ରାନ୍ତଙ୍କ ମୃତ୍ୟୁ ଘଟିଛି।