ଭୁବନେଶ୍ୱର, ୨୫/୦୬ : ଧରା ପଡ଼ିଲେ ଆଉ ଜଣେ ଭଣ୍ଡ ବାବା । ପଦାରେ ପଡିଲା ତାଙ୍କ ଗୁମର । ହିନ୍ଦୁଧର୍ମକୁ କୁଠାରାଘାତ କରି ସବୁ ସୀମା ଟପିଗଲେ । ଆମେ କହୁଛୁ ନିଶ୍ଚିତକୋଇଲି ଖଣ୍ଡାସାହି ଅଞ୍ଚଳରେ ଜଟା ରଖି ତୁଳସୀକୁ ଅପମାନ କରୁଥିବା ଭଣ୍ଡ ବାବା ବ୍ରହ୍ମ ଅବଧୂତ ସୁକାନ୍ତ ଦାସ ମହାରାଜଙ୍କ କଥା । ଭଣ୍ଡବାବା ଉପାଧି ଆମେ ଦେଇନୁ ଆଜ୍ଞା,ଏ ଉପାଧି ତାଙ୍କର ହିନ୍ଦୁଧର୍ମକୁ ନେଇ ବିବାଦୀୟ ମନ୍ତବ୍ୟ ଭାଇରାଲ ହେବା ପରେ ଲୋକମାନେ ଦେଇଛନ୍ତି ।ତାଙ୍କର ଏକ ଭିଡିଓ ସୋସିଆଲ ମିଡ଼ିଆରେ ଭାଇରଲ ହୋଇଥିଲା, ଯେଉଁଥିରେ ସେ ଏଜ ବିବାଦୀୟ ମନ୍ତବ୍ୟ ରଖିଥିଲେ । ଯାହା ବର୍ତ୍ତମାନ ସୋସିଆଲ ମିଡିଆରେ ଏକ ଚର୍ଚ୍ଚାର ବିଷୟ ପାଲଟିଛି । ଆଉ ହିନ୍ଦୁଧର୍ମାଲମ୍ବାବି ମାନେ ତାଙ୍କୁ ଛି ଛାକର କରୁଛନ୍ତି । ପୁର୍ବରୁ ବାବା ଏକ ବୟାନ ଦେଇ ବିବାଦରେ ଫଶିଥିଲେ ଆଉ ଏବେ ବାବାଙ୍କର ଧୀରେ ଧୀରେ ଖୋଲୁଛି ଗୁମର । ବାବା ଏକ ସାଧୁ ସମ୍ମିଳନୀରେ କହିଛନ୍ତି, ଗୋମାଂସରେ ତୁଳସୀ ପଡ଼ିଲେ ତାହା କାଳେ ମହାପ୍ରସାଦ ହୋଇଯାଏ । ଏଭଳି ମନ୍ତବ୍ୟ ଦେବା ପରେ ବାବା ବିବାଦରେ ଫସିଯାଇଛନ୍ତି । ହିନ୍ଦୁଧର୍ମ ପ୍ରତି ଏହା ଏକ ଅପମାନ ବୋଲି ଅନେକ ଲୋକ କହୁଥିବା ବେଳେ ବାବା ସୁକାନ୍ତ ଦାସ ମହାରାଜ ସମାଲୋଚନାର ପାତ୍ର ପାଲଟିଯାଇଛନ୍ତି । ପୁଣି ଅଭିଯୋଗ ହୋଇଛି ବାବା ନିଜ ମୁଣ୍ଡରେ ତୁଳସୀ ଲଗାଉଥିବା ବେଳେ ଶଙ୍କରାଚାର୍ଯ୍ୟଙ୍କ ଭଳି ମୁଣ୍ଡ ଉପରେ ଛତ୍ରି ରଖନ୍ତି ।ମାନବାଧିକାର ପରିଷଦ ପକ୍ଷରୁ ସଭାପତି ସସ୍ମିତା ଦାସ ଏବଂ ଅନ୍ୟ ସଦସ୍ୟା ମାନେ ବାବାଙ୍କୁ ମୁକ୍ତି ମଣ୍ଡପରେ ଲଣ୍ଡା ହେବା ସହ ଖୁବଶୀଘ୍ର କଡ଼ା କାର୍ଯ୍ୟାନୁଷ୍ଠାନ ଗ୍ରହଣ ପାଇଁ ଦାବି କରିଛନ୍ତି ।ଏହି ଅଭିଯୋଗ ପରେ ଉକ୍ତ ବାବାଙ୍କର କୌଣସି ପ୍ରତିକ୍ରିୟା ମିଳିପାରିନାହିଁ । ଏହି ଘଟଣାର ପ୍ରକୃତ ସତ୍ୟାସତ୍ୟ କଣ, ଆଉ ଏହି ବାବାଙ୍କର ଆଉ କଣ କଣ ରହସ୍ୟ ଲୁଚି ରହିଛି, ତାହା ପୋଲିସ ତଦନ୍ତ ହେଲା ପରେ ହିଁ ଜଣାପଡିବ ।