ଭୁବନେଶ୍ୱର, ୧୯/୦୪ : ପୁଣି ଜଣେ ଷଷ୍ଠ ଷ୍ରେଣୀ ଛାତ୍ରୀ ଗର୍ଭବତୀ । ରାୟଗଡ଼ା ଜିଲ୍ଲା କଲ୍ୟାଣସିଂପୁର ଅଞ୍ଚଳରେ ପୁଣି ଦେଖିବାକୁ ମିଳିଛି ଲଜ୍ୟା ଜନକ ଘଟଣା । ପୁଣି ଥରେ ଜଣେ ଷଷ୍ଠ ଶ୍ରେଣୀ ଛାତ୍ରୀ ୬ ମାସର ଗର୍ଭବତୀ ଥିବା ଜଣା ପଡିଛି । ଆଜି ଆଶା ଓ ଅଙ୍ଗନବାଡ଼ି କର୍ମୀଙ୍କ ସହଯୋଗରେ ରାୟଗଡା ଶିଶୁ କଲ୍ୟାଣ କମିଟି ନିକଟରେ ନାବାଳିକାକୁ ହାଜର କରାଯାଇଛି। ରାୟଗଡା ସଦର ବ୍ଲକ ଜୁଡି ଗ୍ରାମର ଜଣେ ୧୭ ବର୍ଷର ନାବାଳକ ଯୁକ୍ତ ଦୁଇ ପ୍ରଥମ ବର୍ଷର ଛାତ୍ର । ଉକ୍ତ ନାବାଳିକା ସହ ନାବାଳକର ପ୍ରେମ ସଂପର୍କ ରହିବା ପରେ ଶରିରୀକ ସଂପର୍କ ଗଢି ଉଠିଥିଲା । ପରେ ସେ ୬ ମାସର ଗର୍ଭବତୀ ହେବା ପରେ ନାବାଳିକାର ପରିବାର ଲୋକେ ଝିଅକୁ ନାବାଳକର ଘରେ ଛାଡି ଦେଇଥିଲେ । ଏହି ଘଟଣା ସଂକ୍ରାନ୍ତରେ ଖବର ପ୍ରଚାରିତ ହେବା ପରେ ରାୟଗଡା ମହିଳା ଓ ଶିଶୁ କଲ୍ଯାଣ ବିଭାଗ ନାବାଳିକାକୁ ଉଦ୍ଧାର କରି ସିଡବ୍ଲୁସି ନିକଟରେ ହାଜିର କରିଛି । ଅନ୍ଯପଟେ ଘଟଣାର ତଦନ୍ତ ଚାଲିଛି ବୋଲି ସିଡବ୍ଲୁସି ଚେୟାରମ୍ୟାନ ସୂଚନା ଦେଇଛନ୍ତି ।