ଦୁଇ ଆତଙ୍କବାଦୀଙ୍କୁ ଗିରଫ କଲା ପଞ୍ଜାବ ପୁଲିସ

ନୂଆଦିଲ୍ଲୀ, ୨୨/୧୦ : ପଞ୍ଜାବ ପୁଲିସ ଦୁଇ ଜଣ ଆତଙ୍କବାଦୀଙ୍କୁ ଗିରଫ କରିଛି ।ସେମାନଙ୍କ ନିକଟରୁ ଗୋଟିଏ ରକେଟ ଲଞ୍ଚର ସହ ଗ୍ରିନେଡ୍‌ ଜବତ କରାଯାଇଛି । ପଞ୍ଜାବରେ ଆତଙ୍କବାଦୀ ଆକ୍ରମଣ ପାଇଁ ଯୋଜନା ହେଉଥିବା କଥା ପୁଲିସର ଗୁପ୍ତଚର ବିଭାଗକୁ ସୂଚନା ମିଳିଥିଲା । ଡ୍ରୋନ୍‌ ଯୋଗେ ପାକିସ୍ତାନରୁ ଏହି ରକେଟ୍ ଲଞ୍ଚର ଓ ଗ୍ରିନେଡ୍‌ ଆସିଥିବା କଥା ପଞ୍ଜାବ ପୁଲିସ ସୂଚନା ଦେଇଛନ୍ତି। ମହକଦୀପ ସିଂ ଓ ଆଦିତ୍ୟ ନାମକ ଏହି ଦୁଇ ଆତଙ୍କବାଦୀ ପାକିସ୍ତାନର ଆଇଏସ୍‌ଆଇର ସମ୍ପର୍କରେ ଥିଲେ । ଭାରତରେ ଆତଙ୍କବାଦ ଆକ୍ରମଣ କରିବା ପାଇଁ ଏମାନେ ସହାୟତା ଯୋଗାଇ ଦେଉଥିଲେ । ଫିରୋଜପୁର ଜେଲ୍‌ରେ ଥିବା ଆଇଏସ୍‌ଆଇ ପ୍ରୋୟଜିତ ଆତଙ୍କବାଦୀ ହରପ୍ରୀତ୍‌ ସିଂ ସହ ଏମାନେ ବାରମ୍ବାର ସମ୍ପର୍କରେ ରହି ଆସୁଥିଲେ ।

SBI_Festive_Digital Billboard