ଅନୁଗୁଳ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟ ଓଡ଼ିଶା ପାଇଁ ‘କାୟାକଳ୍ପ’ ପୁରସ୍କାର ବିଜୟୀ

ଭୁବନେଶ୍ବର,୧୩ /୧: କେନ୍ଦ୍ର ସ୍ବାସ୍ଥ୍ୟ ମନ୍ତ୍ରଣାଳୟ ପକ୍ଷରୁ ୨୦୧୯ / ୨୦୨୦ ବର୍ଷ ପାଇଁ ‘କାୟାକଳ୍ପ’ ପୁରସ୍କାର ଘୋଷଣା କରାଯାଇଛି। ଅନୁଗୁଳ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟ ଓଡ଼ିଶା ପାଇଁ ‘କାୟାକଳ୍ପ’ ପୁରସ୍କାର ବିଜୟୀ ହୋଇଛି। ଏହ‌ାସହ କଳାହାଣ୍ଡି ଜିଲ୍ଲା ମୁଖ୍ୟ ଚିକିତ୍ସାଳୟ ରନର୍ସ ଅପ୍‌ ହୋଇଛି। ସେହିପରି ଉପଖଣ୍ଡସ୍ତରୀୟ ହସ୍ପିଟାଲ ବା ଏସଡିଏଚ୍‌ ବର୍ଗରେ ମୟୂରଭଞ୍ଜ ଜିଲ୍ଲାର ରାଇରଙ୍ଗପୁର ୨୦୧୯ / ୨୦୨୦ବର୍ଷ ପାଇଁ ପ୍ରଥମ ସ୍ଥାନ ହାସଲ କରିପାରିଛି। ରାଜ୍ୟର ସମୁଦାୟ ୧୯ଟି ଜିଲ୍ଲା ମୁଖ୍ୟ ଚିକିତ୍ସାଳୟ, ୭୮ଟି ଉପଖଣ୍ଡ ହସ୍ପିଟାଲ/ସିଏଚ୍‌ସି, ୬୬ଟି ସହରାଞ୍ଚଳ ପିଏଚ୍‌ସି, ୧୫୬ଟି ପିଏଚ୍‌ସି ଓ ୧୮ଟି ଏଚ୍‌ଡବ୍ଲୁସି ସବ୍ ସେଣ୍ଟର ‘କାୟାକଳ୍ପ’ ପୁରସ୍କାରରେ ସମ୍ମାନିତ ହୋଇଛନ୍ତି।