ଭୁବନେଶ୍ୱର, ୧୬/୧୦ :କଳ୍ପନା ଦାଶ ଓ ତାଙ୍କ ଝିଅ ବବଲି ହତ୍ୟାକାଣ୍ଡର ମୁଖ୍ୟ ଅଭିଯୁକ୍ତ କୁହାଯାଉଥିବା ବ୍ରଜରାଜନଗରର ` ଛତିଶଗଡ଼ ଉଚ୍ଚ ନ୍ୟାୟାଳୟ ଦୁଇମାସ ପାଇଁ ଅନ୍ତରୀଣ ଜାମିନ ପ୍ରଦାନ କରିଛନ୍ତି । ଏବେ ସେ ବିଳାସପୁରର ଏକ ଘରୋଇ ଡାକ୍ତରଖାନାରେ ଚିକିତ୍ସିତ ହେଉଥିବାର ଖବର ମିଳିଛି। ଗୁରୁତର ଅସୁସ୍ଥ ଥବାରୁ ଛତିଶଗଡ଼ର ହାଇକୋର୍ଟ ଗତ ସେପ୍ଟେମ୍ବର ୨୫ ତାରିଖରେ ଜାମିନ ଦେଇଥିବା ଜଣାପଡ଼ିଛି ।
ସୂଚନାଯୋଗ୍ୟ, ଗତ ଅଗଷ୍ଟ ଶେଷ ସପ୍ତାହରେ ଅନୁପ ସାଏ କରୋନା ପଜିଟିଭ ଚିହ୍ନଟ ହୋଇଥିଲେ । କରୋନା ସଂକ୍ରମିତ ଚିହ୍ନଟ ହେବା ପୂର୍ବରୁ ସେ ଅଗଷ୍ଟ ୨୫ ତାରିଖରେ ଅସୁସ୍ଥ ହୋଇପଡ଼ିଥିଲେ । ତାଙ୍କର ଛାତିରେ ଗଭୀର ଯନ୍ତ୍ରଣା ହୋଇଥିଲା । ପରେ ତାଙ୍କୁ ଡାକ୍ତରୀ ପରାମର୍ଶ କରାଯାଇଥିଲା ।