ମୁମ୍ବାଇ, ୧୨/୯ : ବଲିଉଡର ପ୍ରଚ୍ଛଦପଟ ଗାୟିକା ଅନୁରାଧା ପୌଡ଼ୱାଲଙ୍କ ପୁଅ ଆଦିତ୍ୟ ପୌଡ଼ୱାଲଙ୍କ ନିଧନ ହୋଇଛି । ଆଦିତ୍ୟ ପୌଡ଼ୱାଲଙ୍କ ନିଧନ ପରେ ପୁରା ପରିବାରରେ ଶୋକର ଛାୟା ଖେଳିଯାଇଛି । ୩୫ ବର୍ଷ ବୟସରେ ସେ ଦୁନିଆକୁ ସବୁଦିନ ପାଇଁ ଅଲବିଦା କରି ଚାଲି ଯାଇଛନ୍ତି । ଦୀର୍ଘ ସମୟ ଧରି ଆଦିତ୍ୟ କିଡନୀ ଜନିତ ସମସ୍ୟାରେ ପୀଡିତ ହୋଇ ଡାକ୍ତରଖାନାରେ ଭର୍ତ୍ତି ହୋଇଥିଲେ। ଏବେ କିଡନୀ ଫେଲ ହେତୁ ଆଦିତ୍ୟଙ୍କ ମୃତ୍ୟୁ ହୋଇଛି |
୨୦୨୦ବର୍ଷ ସବୁ କ୍ଷେତ୍ରରେ ଖରାପ ପ୍ରମାଣିତ ହେଉଛି | କରୋନା ଭୂତାଣୁ ବିସ୍ତାର କମ ହେବାର ନାଁ ନେଉ ନଥିବା ବେଳେ ଅନେକ ଲୋକପ୍ରିୟ କଳାକାର ଏବଂ ସେମାନଙ୍କ ପରିବାର ସଦସ୍ୟଙ୍କ ମୃତ୍ୟୁ ହେବାର ଖବର ସାମ୍ନାକୁ ଆସିଛି।