ନୂଆଦିଲ୍ଲୀ : ବଲିଉଡ଼ ଅଭିନେତ୍ରୀ ଅନୁଷ୍କା ଶର୍ମା ଏବଂ କ୍ରିକେଟର ବିରାଟ କୋହଲିଙ୍କ ଝିଅ ୧୧ ଜାନୁଆରୀରେ ଜନ୍ମଗ୍ରହଣ କରିଥିଲେ । କୋହଲି ଏବଂ ଶର୍ମା ପରିବାରରେ ଖୁସିର ବାତାବରଣ ଖେଳିଯାଇଛି । ଉଭୟ ସେଲିବ୍ରିଟିଙ୍କ ପ୍ରଶଂସକମାନେ ମଧ୍ୟ ଖୁସି ଜାହିର କରୁଛନ୍ତି। ଏବେ ଝିଅର ନାମ କ’ଣ ରଖାଯିବ ସେନେଇ ଆଲୋଚନା ହେଉଛି।
ଆଜିକାଲି ପିଲାର ନାମକରଣ ମା ଏବଂ ବାପାଙ୍କ ନାମରେ କରିବା ପ୍ରଥା ଚାଲିଛି । ପ୍ରଶଂସକମାନେ ବିରାଟ ଏବଂ ଅନୁଷ୍କାଙ୍କ ଏହି ଅସୁବିଧାକୁ ସହଜ କରିଛନ୍ତି । ଅନେକ ପ୍ରଶଂସକ କହିଛନ୍ତି ଯେ, ଝିଅର ନାମ ଅନଭି ହେବା ଉଚିତ୍, ଏହା ଅନୁଷ୍କା ଏବଂ ବିରାଟ ଦୁଇଜଣଙ୍କ ନାଁ କୁ ବୁଝାଉଛି । କୁହାଯାଉଛି ଯେ ଅନୁଷ୍କା ଏବଂ ବିରାଟ ମଧ୍ୟ ଏହି ସମାନ ନାମ ବାଛିଛନ୍ତି।

ବିରାଟଙ୍କ ଭାଇ ବିକାଶ କୋହଲି ତାଙ୍କ ଝିଆରୀର ଏକ ଫଟୋ ସେୟାର କରିଛନ୍ତି। ଏହି ଫୋଟୋରେ ଝିଅର ମୁହଁ ଦେଖାଯାଉନାହିଁ, କିନ୍ତୁ ପାଦ ଦେଖାଯାଉଛି । ଏହା ସହ ଝିଆରୀର ପାଦର ଫୋଟ ସହିତ ୱେଲକମ ଲେଖିଛନ୍ତି।
ଏହି ସମୟରେ ବିରାଟ ଏବଂ ଅନୁଷ୍କା ଚାରିଆଡ଼ୁ ଅଭିନନ୍ଦନ ଗ୍ରହଣ କରୁଛନ୍ତି ଏବଂ ସେମାନେ ଏହି ବିଶେଷ ସମୟକୁ ପୂର୍ଣ୍ଣ ଉପଭୋଗ କରୁଛନ୍ତି । ଦୁହେଁ ୧୧ ଡିସେମ୍ବର ୨୦୧୭ରେ ବିବାହ କରିଥିଲେ।