ବର୍ଷା-ଅନୁଭବ ବିବାଦ : ଏସଡିଜେଏମ୍ କୋର୍ଟରେ ଉତ୍ତର ରଖିଲେ ସାଂସଦ ଅନୁଭବ ମହାନ୍ତି

କଟକ, ୧୮/୧୨ : ଅଭିନେତ୍ରୀ ବର୍ଷା ଓ ସାଂସଦ ଅନୁଭବ ବିବାଦ ଏବେ ନୂଆ ମୋଡ଼ ନେଇଛି। ଏହି କ୍ରମରେ ବର୍ଷା କରିଥିବା ଏକ ମାମଲାରେ ଅନୁଭବ ମହାନ୍ତି କଟକ ଏସଡିଜେଏମ୍ କୋର୍ଟରେ ହାଜର ହୋଇ ଉତ୍ତର ରଖିଛନ୍ତି । ଏହା ସହ ଓକିଲଙ୍କ ଜରିଆରେ ଅନୁଭବ କୋର୍ଟରେ ସତ୍ୟପାଠ ବି ଦାଖଲ କରିଛନ୍ତି । କୋର୍ଟ ପକ୍ଷରୁ ହାଜର ହେବା ପାଇଁ ଅନୁଭବଙ୍କୁ ନୋଟିସ୍ କରା ଯାଇଥିଲା ।

ଏପଟେ ଅଭିନେତା ତଥା ସାଂସଦ ଅନୁଭବ ମହାନ୍ତି ଓ ପତ୍ନୀ ବର୍ଷା ପ୍ରିୟଦର୍ଶିନୀଙ୍କ ମଧ୍ୟରେ ଚାଲିଥିବା ପାରିବାରିକ ମାମଲାର ଚର୍ଚ୍ଚାକୁ ଆଜି ପୁଣି ଏକ ଖୋରାକ ମିଳିଛି। ବର୍ଷାଙ୍କ ବେଡ୍‌ରୁମ୍‌ ପାଖରେ ଉଭୟଙ୍କ ମଧ୍ୟରେ ଚାଲିଥିବା ଯୁକ୍ତିତର୍କର ଏକ ନୂଆ ଭିଡିଓ ଭାଇରାଲ ହେବାରେ ଲାଗିଛି। ଉକ୍ତ ଭିଡିଓରେ ଅନୁଭବ ରୁମ୍‌ ଭିତରକୁ ଯିବାକୁ ଅନୁମତି ମାଗୁଥିବା ଦେଖା ଯାଇଥିବା ବେଳେ ବର୍ତ୍ତମାନ ମାମଲା କୋର୍ଟରେ ଥିବାରୁ ବର୍ଷା ତାଙ୍କୁ ବାରଣ କରୁଥିବା ଦେଖିବାକୁ ମିଳିଛି।