ଚୀନ ରାଷ୍ଟ୍ରପତି ସେନାକୁ ଦେଲେ ନିର୍ଦେଶ : ‘କୌଣସି ବି ସେକେଣ୍ଡରେ କାର୍ଯ୍ୟାନୁଷ୍ଠାନ’

ବେଜିଂ,୫/୧: ଚୀନ ରାଷ୍ଟ୍ରପତି ସି ଜିନପିଙ୍ଗ ଏଲଏସିରେ ଟ୍ୟାଙ୍କ ମୁତୟନ ପରେ ସେନାକୁ ଯୁଦ୍ଧ ପାଇଁ ପ୍ରସ୍ତୁତ ରହିବାକୁ ନିର୍ଦେଶ ଦେଇଛିନ୍ତି । ଗତକାଲି ରାଷ୍ଟ୍ରପତି ଜିନପିଙ୍ଗ ନିଜ ଦେଶର ସେନାଙ୍କୁ ‘କୌଣସି ବି ସେକେଣ୍ଡରେ କାର୍ଯ୍ୟାନୁଷ୍ଠାନ’ ପାଇଁ ପ୍ରସ୍ତୁତ ରହିବାକୁ କହିଛନ୍ତ । ପ୍ରସ୍ତୁତ ରହିବା ସହ ବାସ୍ତବିକ ଯୁଦ୍ଧ ପରିସ୍ଥିତ ସମ୍ପର୍କରେ ଟ୍ରେନିଂ ବୃଦ୍ଧି କରିବାକୁ ନିଜ ସେନାଙ୍କୁ କହିଛନ୍ତି ।

ଜିନପିଙ୍ଗ କହିଛନ୍ତି, ‘ପିପୁଲ୍ସ ଲିବରେସନ୍‌ ଆର୍ମୀ କୌଣସି ସେକେଣ୍ଡରେ ଯୁଦ୍ଧ କରିବାକୁ ପ୍ରସ୍ତୁତ ରହିବା ଦରକାର। ସବୁ ବେଳେ ଯୁଦ୍ଧାଭ୍ୟାସ ଜାରି ରହିବା ଦରକାର। ପ୍ରଶିକ୍ଷଣରେ ବିଜ୍ଞାନ ଓ ପ୍ରଯୁକ୍ତିବିଦ୍ୟାର ବୃଦ୍ଧି ଘଟିବା ଆବଶ୍ୟକ। ’ ସେଣ୍ଟ୍ରାଲ ମିଲିଟାରି କମିଶନ୍‌ (ସିଏମସି)ର ପ୍ରଥମ ନିର୍ଦେଶରେ ବାସ୍ତବିକ ଯୁଦ୍ଧ ପରିସ୍ଥିତିରେ ପ୍ରଶିକ୍ଷଣ ଦ୍ବାରା ସେନାର ଶକ୍ତି ଓ ଜିତିବାର କ୍ଷମତା ବୃଦ୍ଧି ଉପରେ ଜୋର ଦେଇଥିଲେ ସି ଜିନପିଙ୍ଗ।