ଆଜିଠାରୁ ମେ ୨୦ ଯାଏ ଯୁକ୍ତ ତିନି ନାମଲେଖା ଆବେଦନ

0

ଭୁବନେଶ୍ୱର,୧୬/୦୪ : ଯୁକ୍ତ ତିନି ନାମଲେଖା ଆବେଦନ ଆଜି ଠାରୁ ଆରମ୍ଭ ହେବ । ମେ ୨୦ ଯାଏ ନାମଲେଖା ପାଇଁ ଅନ୍‌ଲାଇନ୍‌ରେ ଆବେଦନ କରାଯିବ । ୨୧ ଓ ୨୨ ତାରିଖରେ ଫର୍ମ ସଂଶୋଧନର ସୁଯୋଗ ଦିଆଯିବ । ଯୁକ୍ତ ଦୁଇ ମାର୍କ ପ୍ରକାଶ ପରେ ଶିକ୍ଷାର୍ଥୀ ଏହାକୁ ସାମ୍‌ସ ୱେବ୍‌ସାଇଟ୍‌ରେ ଅପଲୋଡ୍‌ କରିବେ । ଏହି ଆଧାରରେ ସିଟ୍‌ ଆବଣ୍ଟନ କରାଯିବ । ଜୁଲାଇ ୧୦ ସୁଦ୍ଧା ପାଠପଢ଼ା ଆରମ୍ଭ କରିବାକୁ ବିଭାଗ ଲକ୍ଷ୍ୟ ରଖିଛି । ସାମ୍‌ସର ତଥ୍ୟ ଅନୁଯାୟୀ ୧୦୫୩ କଲେଜ ଓ ବିଶ୍ୱବିଦ୍ୟାଳୟରେ ଯୁକ୍ତ ତିନି ନାମଲେଖା ହେବ । ଏଥିପାଇଁ ମୋଟ ୨ ଲକ୍ଷ ୭୩ ହଜାର ୧୮୪ଟି ସିଟ୍‌ ରହିଛି । ଜାତୀୟ ଶିକ୍ଷା ନୀତି ଅନୁସାରେ, ଛାତ୍ରଛାତ୍ରୀମାନେ SAMS ମାଧ୍ୟମରେ ଫର୍ମ ପୂରଣ କରିବା ସମୟରେ ନିଜ ପସନ୍ଦ ଅନୁଯାୟୀ ପାଠ୍ୟକ୍ରମର ବିଭିନ୍ନ ପ୍ରକାର ଯଥା: ଗୋଟିଏ ମୁଖ୍ୟ ବିଷୟ ସହିତ ଦୁଇଟି ଉପବିଷୟ କିମ୍ବା ଦୁଇଟି ମୁଖ୍ୟ ବିଷୟ କିମ୍ବା ତିନିଟି ଉପବିଷୟ ଚୟନ କରିପାରିବେ। ସରକାରଙ୍କ ଏହି ନିଷ୍ପତ୍ତି ଫଳରେ ସଠିକ ସମୟରେ ପାଠ୍ୟକ୍ରମ ଆରମ୍ଭ ହେବା ସହିତ ସଠିକ ସମୟରେ ପରୀକ୍ଷା କରାଯାଇ ଫଳାଫଳ ମଧ୍ୟ ଘୋଷଣା କରାଯାଇପାରିବ। ଯାହାଦ୍ୱାରା ଛାତ୍ରଛାତ୍ରୀମାନେ ଉପକୃତ ହୋଇପାରିବେ। ଛାତ୍ରଛାତ୍ରୀମାନଙ୍କର ଭବିଷ୍ୟତ ଏବଂ ବୃହତ୍ତର ସ୍ୱାର୍ଥକୁ ଦୃଷ୍ଟିରେ ରଖି ରାଜ୍ୟ ସରକାରଙ୍କ ଉଚ୍ଚଶିକ୍ଷା ବିଭାଗ ତରଫରୁ ଏହି ନିଷ୍ପତ୍ତି ନିଆଯାଇଛି।

Leave A Reply

Your email address will not be published.