ଭୁବନେଶ୍ୱର, ୨୫/୧୧: ଆଜି EDରେ ହାଜର ହେବେ ଅର୍ଚ୍ଚନା ନାଗ୍ ଡ୍ରାଇଭର ଚନ୍ଦନ । ତାଙ୍କୁ ନୋଟିସ କରିଛି ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ । ଚନ୍ଦନ ଅର୍ଚ୍ଚନାଙ୍କୁ ନେଇ କେଉଁ ଆଡେ ଯାଉଥିଲେ? ଅର୍ଚନାଙ୍କ ସହ ଆଉ କିଏ କିଏ ଭେଟ ହୋଇଥିଲେ ସେ ନେଇ ପଚରା ଉଚୁରା କରିବ ED । ତେବେ ଶ୍ରଦ୍ଧାଞ୍ଜଳୀଙ୍କ ସହ ଚନ୍ଦନଙ୍କ ମୁହାଁ ମୁହିଁ ଜେରା କରିପାରେ ଇଡି ।
ସୂଚନା ଥାଉକି, ବହୁ ଚର୍ଚ୍ଚିତ ଅର୍ଚ୍ଚନା ନାଗ ବ୍ଲାକମେଲିଂ ମାମଲାରେ ଆଜି ଦ୍ୱିତୀୟ ଥର ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ(ଇଡି)ରେ ହାଜର ହୋଇଛନ୍ତି ଶ୍ରଦ୍ଧାଞ୍ଜଳି ବେହେରା । ପ୍ରଥମ ଦିନ ଇଡିର ଅଧିକାରୀ ଶ୍ରଦ୍ଧାଞ୍ଜଳିଙ୍କୁ ଦୀର୍ଘ ୧୪ ଘଣ୍ଟା ଧରି ଜେରା କରିଥିଲେ । ଏହି ସମୟରେ ସେ ଏହି ହାଇ ପ୍ରୋଫାଇଲ୍ ମାମଲାରେ ଅନେକ ଗୁମର ଖୋଲିଥିବା କୁହାଯାଉଛି ।
