କଟକ: ହକି ବିଶ୍ୱ କପ (Hockey World Cup)ରେ ସ୍ୱାଗ ଦେଖାଇବ ବଲିଉଡ। କଟକ ବାରବାଟୀରେ ହକି କ୍ରେଜ ସହ ବଲିଉଡ ଛୁଙ୍କ ଦେବେ ସୁପରଷ୍ଟାର। ଆଜି ଉଦଘାଟନୀ ଉତ୍ସବରେ ହିନ୍ଦୀ କଳାକାର, ଓଡ଼ିଶାର ପ୍ରମୁଖ ବ୍ୟକ୍ତି ବିଶେଷ ଓ ରାଜନୀତି ବ୍ୟକ୍ତିମାନଙ୍କ ଉପସ୍ଥିତରେ ଦୁଲକିବ ବାରବାଟୀ ଷ୍ଟାଡିୟମ।
ଉଦଘାଟନୀ ଉତ୍ସବର ମଜା ଉଠାଇବାକୁ ଷ୍ଟାଡିୟମରେ ୪୦ ହଜାରରୁ ଅଧିକ ଦର୍ଶକଙ୍କ ସମାଗମ ହେବା ଆଶା କରାଯାଉଛି । ଉଦଘାଟନୀ ଉତ୍ସବର ସିଧାପ୍ରସାରଣ ଦେଖିବା ପାଇଁ ସହରର ୧୬ଟି ସ୍ଥାନରେ ଫ୍ୟାନ୍ ପାର୍କ କରାଯାଇଛି ।ଏଥିପାଇଁ ପ୍ରଭଳ ଭିଡ ହେବାର ସମ୍ଭାବନା ରହିଛି । ଭିଡକୁ ଦେଖି ବ୍ୟାପକ ପ୍ରସ୍ତୁତି କରାଯାଇଛି । ୧୧ଟି ସ୍ଥାନରେ ପାର୍କିଂ ବ୍ୟବସ୍ଥା କରାଯାଇଛି ।
ସାଧାରଣ ଦର୍ଶକଙ୍କ ଗାଡ଼ି ପାଇଁ ୨ଟି ସ୍ଥାନରେ ପାର୍କିଂ ବ୍ୟବସ୍ଥା କରାଯାଇଛି । ଡିସିପି ଅଫିସ ନିକଟ ଓ କ୍ୟାଣ୍ଟନମେଣ୍ଟ ଥାନା ପାଖ ତଳ ବାଲିଯାତ୍ରା ପଡିଆରେ ସାଧାରଣ ଦର୍ଶକ ଗାଡି ପାର୍କିଂ କରିପାରିବେ । ଭିଭିଆଇପି ବା ଭିଆଇପି ପାସ୍ଧାରୀମାନେ ଗଡ଼ଗଡ଼ିଆ ମନ୍ଦିର ପାଖ ତଳ ବାଲିଯାତ୍ରା ପଡ଼ିଆ, ଖ୍ରୀଷ୍ଟିଇାନ ପଡ଼ିଆ, ଦୟାଶ୍ରମ ପଡ଼ଇା, ଜାଭିୟର ସ୍କୁଲ ଓ ଓସିଏ ଲନ୍ରେ ଗାଡ଼ି ପାର୍କିଂ କରିପାରିବେ । ଗଣମାଧ୍ୟମ ପ୍ରତିନିଧିମାନେ କେମ୍ବ୍ରିଜ ସ୍କୁଲ ପଡ଼ଇାରେ ପାର୍କିଂ କରିବାର ବ୍ୟବସ୍ଥା କରାଯାଇଛି । ସେହିପରି କଳାକାରଙ୍କ ପାଇଁ କ୍ଲବ୍ ହାଉସ, ଉପର ବାଲିଯାତ୍ରା ଓ ବାସ୍କେଟବଲ ପଡିଆରେ ପାର୍କିଂ କରିବେ ବୋଲି ଜଣାପଡ଼ିଛି ।
କେଉଁଆଡୁ ଆସିଲେ ଗାଡ଼ି କେଉଁଠି ରଖିବେ
– ମାତାମଠ ପଟୁ ରିଂ ରୋଡ୍ରେ ଆସୁଥିବା ଯାନବାହନଗୁଡ଼ିକ ଗଡ଼ଗଡ଼ିଆ ମନ୍ଦିର ପୂର୍ବରୁ ଥିବା ତିନୋଟି ଗଡ଼ାରେ ଡାହାଣକୁ ଯାଇ ତଳ ବାଲିଯାତ୍ରା ପଡ଼ିଆରେ ପାର୍କିଂ କରିପାରିବେ । ଏହି ରାସ୍ତାରେ ପାସ୍ ପାଇଥିବା ଯାନବାହନଗୁଡ଼ିକ ବାମ୍ବୋ ଡିପୋ ଗଡ଼ାରେ ଗଡ଼ି ନିର୍ଦ୍ଧାରିତ ହୋଇଥିବା ସ୍ଥାନରେ ଗାଡ଼ି ପାର୍କିଂ କରିବେ ।
– ହାୱଡ଼ା ମୋଟର ଏବଂ ମସ୍ତାନ ଦରଘା ଆଡୁ ଆସୁଥିବା ତିନି ଓ ଚାରିଚକିଆ ଯାନଗୁଡ଼ିକ ଗିର୍ନର ହୋଟେଲ ଛକଠାରୁ ଡାହାଣକୁ ରିଂ ରୋଡ୍ରେ ଯାଇ ତଳ ବାଲିଯାତ୍ରା ପଡ଼ିଆରେ ପାର୍କିଂ କରିପାରିବେ । ଗିର୍ନର ହୋଟେଲ ଛକଠାରୁ କେବଳ ଦୁଇ ଚକିଆ ଯାନଗୁଡ଼ିକ ମୁଖ୍ୟ ବିଚାରପତିଙ୍କ ବଙ୍ଗଳା ପର୍ଯ୍ୟନ୍ତ ଯାଇ ସେଠାରୁ ଡାହାଣକୁ ଭାଙ୍ଗି ରିଂ ରୋଡ୍ ଦେଇ ବାଲିଯାତ୍ରା ପଡ଼ିଆରେ ପିର୍କିଂ କରିପାରିବେ ।
– ବାମ୍ବୋ ଡିପୋ ଗଡ଼ାରୁ ପାସ୍ ପାଇଥିବା ଯାନ କେବଳ ଷ୍ଟାଡିୟମ୍ ଆଡ଼କୁ ଯାଇପାରିବେ ।
– ମୁଖ୍ୟ ବିଚାରପତିଙ୍କ ବଙ୍ଗଳା ଛକ ସିଡିଏମ୍ଓ ଅଫିସ ଛକ ଓ ମଧୁସୂଦନ ପ୍ରତିମୂର୍ତ୍ତିଠାରୁ କୌଣସି ଯାନବାହନ ଷ୍ଟାଡିୟମ୍ ଆଡ଼କୁ ଆସିପାରିବ ନାହିଁ ।
– ଫାୟାର ଷ୍ଟେସନ୍ ଛକଠାରୁ କୌଣସି ଯାନବାହନ ରିଜର୍ଭ ଅଫିସ୍ ଦେଇ ଷ୍ଟାଡିୟମ୍ ଆଡ଼କୁ ଯାଇପାରିବେ ନାହିଁ । ସେହି ଗାଡ଼ିଗୁଡ଼ିକ ବକ୍ସିବଜାର ଛକ, ଚଣ୍ଡୀଛକ, କନିକା ଛକ ଓ ବିଜୁ ପଟ୍ଟନାୟକ ଛକ ଦେଇ ତଳ ବାଲିଯାତ୍ରା ପଡ଼ିଆରେ ଗାଡ଼ି ରଖିପାରିବେ ।
– ସମାଜ ଅଫିସ ଛକଠାରୁ କୌଣସି ଯାନବାହନ ସିଧା ନାରୀସେବା ସଦନ ଆଡ଼କୁ ଆସିପାରିବେ ନାହିଁ । ଏହି ଗାଡ଼ିଗୁଡ଼ିକ ମିଶନ୍ ରୋଡ୍ ଯାଇ ଚଣ୍ଡୀଛକ, କନିକା ଛକ ଓ ବିଜୁ ପଟ୍ଟନାୟକ ଛକ ଦେଇ ତଳ ବାଲିଯାତ୍ରା ପଡ଼ିଆରେ ଗାଡ଼ି ରଖିପାରିବେ ।
– ଷ୍ଟିୱାର୍ଟ ସ୍କୁଲ ସାମ୍ନାରୁ କୌଣସି ଗାଡ଼ି କଳାବିକାଶ କେନ୍ଦ୍ର ଦେଇ ଷ୍ଟାଡିୟମ୍ ଆଡ଼କୁ ଯାଇପାରିବେ ନାହିଁ ।
– ଚଣ୍ଡୀଛକରୁ କୌଣସି ଗାଡ଼ି କନଭେଣ୍ଟ ସ୍କୁଲ ଛକ ଦେଇ ସିଧା ଷ୍ଟାଡିୟମ୍ ଆଡ଼କୁ ଯାଇପାରିବେ ନାହିଁ । କେବଳ ପାସ୍ ପାଇଥିବା ଯାନଗୁଡ଼ିକ ଷ୍ଟାଡିୟମ୍ ଆଡ଼କୁ ଯାଇପାରିବେ ।
– ବିଜୁ ପଟ୍ଟନାୟକ ଛକରୁ କୌଣସି ଗାଡ଼ି ଦୟାଶ୍ରମ ରାସ୍ତା ଦେଇ ଷ୍ଟାଡିୟମ୍ ଆଡ଼କୁ ଯାଇପାରିବେ ନାହିଁ । ଏହି ଗାଡ଼ିଗୁଡ଼ିକ ହରିଣ ପାର୍କ ଦେଇ ରିଂ ରୋଡରେ ଯାଇ ତଳ ବାଲିଯାତ୍ରା ପଡ଼ିଆରେ ଗାଡ଼ି ରଖିପାରିବେ ।
– କନଭେଣ୍ଟ ସ୍କୁଲ ଛକ, ପିଏଚଡି ଛକ, କିଲଖାନା ଛକ ଓ ଦୟାଶ୍ରମ ଛକଠାରୁ କୌଣସି ଯାନ ଷ୍ଟାଡିୟମ୍ ଆଡ଼କୁ ଯାଇପାରିବ ନାହିଁ ।
– ଚହଟା ଛକ ଆଡୁ ଆସୁଥିବା ଯାନବାହନଗୁଡ଼ିକ ସିଧା ରିଂ ରୋଡ୍ରେ ଯାଇ ଗଡ଼ଗଡ଼ିଆ ପୂର୍ବରୁ ଥିବା ତିନୋଟି ଗଡ଼ାରେ ଗଡ଼ି ତଳ ବାଲିଯାତ୍ରା ପଡ଼ିଆରେ ଗାଡ଼ି ରଖିପାରିବେ ।
– ଆନନ୍ଦ ଭବନ ଗଡ଼ାରୁ କୌଣସି ଗାଡ଼ି ଇନଡୋର ଷ୍ଟାଡିୟମ୍ ଦେଇ ଉପର ବାଲିଯାତ୍ରା ପଡ଼ିଆ ଆଡ଼କୁ ଯାଇପାରିବ ନାହିଁ । କେବଳ କଟକ କ୍ଲବ୍ ପାସ୍ ଥିବା ଯାନ ଓ ସେଠାରେ ଥିବା ବାସିନ୍ଦା ଇନଡୋର ଷ୍ଟାଡିୟମ୍ ଦେଇ କେବଳ ଗଡ଼ଚଣ୍ଡୀ ଆଡ଼କୁ ଯାଇପାରିବେ ।
