ଭୁବନେଶ୍ୱର, ୭/୧୦ : ଆଜି ଭୁବନେଶ୍ୱର ଖଣ୍ଡଗିରି ଅଞ୍ଚଳରୁ ବନ୍ଧୁକ ଚୋରାବେପାର କରୁଥିବା ୨ ବେପାରୀଙ୍କୁ ଗିରଫ କରିଛି କମିଶନରେଟ୍ ପୁଲିସ । ସେମାନଙ୍କଠାରୁ ଗୋଟିଏ ବନ୍ଧୁକ ଓ ବାଇକ ଜବତ କରାଯାଇଛି । ଭୁବନେଶ୍ୱର ଡିସିପି ଏନେଇ ସୂଚନା ଦେଇଛନ୍ତି ।
ଗିରଫ ହୋଇଥିବା ଦୁଇ ବନ୍ଧୁକ ବେପାରୀ ହେଲେ- ଯଦୁପୁର ଅଞ୍ଚଳର ପାଟୁ ଓରଫ୍ କାବୁଲା ଖାନ୍ ଏବଂ ଖୋର୍ଦ୍ଧା ଶରଧାପୁର ଅଞ୍ଚଳର କୋନୋ ଓରଫ୍ ଶେକ୍ ତେହସିଲ୍। ବିଗତ କିଛି ବର୍ଷ ମଧ୍ୟରେ ଭୁବନେଶ୍ୱର ଓ ଆଖପାଖ ଅଞ୍ଚଳରେ ବନ୍ଧୁକ ଚୋରାବେପାର ବଢିଚାଲିଛି । ଏହାକୁ ନେଇ ଆଗକୁ ରାଜଧାନୀରେ ଆଇନଶୃଙ୍ଖଳା ପରିସ୍ଥିତି ସୃଷ୍ଟି ହେବାର ଆଶଙ୍କା ଦେଖାଦେଇଛି ବୋଲି ସାଧାରଣରେ ଆଲୋଚନା ହେଉଛି ।