ସୀମାରେ ପୁଣି ଥରେ ପାକିସ୍ତାନର ଅସ୍ତ୍ରବିରତି ଉଲ୍ଲଂଘନ : ଜଣେ ଭାରତୀୟ ଯବାନ ସହିଦ

ଜମ୍ମୁ, ୪/୨ : ପାକିସ୍ତାନ ପକ୍ଷରୁ ସୀମାରେ ପୁଣି ଥରେ ଅସ୍ତ୍ରବିରତି ଉଲ୍ଲଂଘନ ହୋଇଛି। ପାକିସ୍ତାନ ଯବାନ ଭାରତୀୟ ସୈନ୍ୟ ଶିବିରକୁ ନିଶାଣ କରି ଗୁଳିମାଡ କରିଛନ୍ତି। ପାକିସ୍ତାନର ଏହି ଅସ୍ତ୍ରବିରତି ଉଲ୍ଲଂଘନ ଯୋଗୁଁ ଜମ୍ମୁ କଶ୍ମୀରର ରାଜୌରୀ ଜିଲ୍ଲାର ନିୟନ୍ତ୍ରଣ ରେଖା ନିକଟରେ ଭାରତୀୟ ସେନାର ଜଣେ ଯବାନ ସହିଦ ହୋଇଛନ୍ତି ।
ପ୍ରତିରକ୍ଷା ସୂତ୍ରରୁ ପ୍ରକାଶ ଯେ, ରଜୌରି ଜିଲ୍ଲାର ସୁନ୍ଦରବନୀ ସେକ୍ଟର୍‌ରେ ପାକିସ୍ତାନ ମୋର୍ଟାର ସାହାଯ୍ୟରେ ଗୁଳିବର୍ଷା କରିଥିଲା । ଏଥିରେ ଭାରତୀୟ ସେନାର ସିପାହୀ ଲକ୍ଷ୍ମଣ ଗୁରୁତର ହୋଇଥିଲେ । ତାଙ୍କୁ ହସ୍ପିଟାଲରେ ଭର୍ତ୍ତି କରାଯାଇଥିଲା । କିନ୍ତୁ ସେ ପରେ ଜୀବନ ହରାଇଛନ୍ତି । ଲକ୍ଷ୍ମଣ ଜଣେ ସାହସୀ ଯବାନ ଥିଲେ । କାର୍ଯ୍ୟରେ ଯୋଗଦାନ ଦେବା ଠାରୁ ନିଜର ସାହସିକତାର ପରିଚୟ ଦେଇଥିଲେ ।
ପାକିସ୍ତାନୀ ନିୟନ୍ତ୍ରଣ ରେଖାରେ ବାରମ୍ବାର ଅସ୍ତ୍ରବିରତି ଉଲ୍ଲଂଘନ କରୁଛି । ଚଳିତ ବର୍ଷ ମଧ୍ୟ ଜମ୍ମୁ କଶ୍ମୀର ସୀମାରେ ଏହି କାମ ଜାରି ରଖିଛି । ଫଳରେ ସମୀନ୍ତ ଗାଁରେ ବସବାସ କରୁଥିବା ଲୋକଙ୍କ ଜୀବନ ଭୟରେ କଟୁଛି ।