୫ଟି ପର୍ଯ୍ୟଟନ ସ୍ଥାନରେ ହେବ ରୋପ୍ ଓ୍ବେ : ରାଜ୍ୟ ସରକାର

ଭୁବନେଶ୍ବର,୬/୪: ଓଡିଶାର ପର୍ଯ୍ୟଟନ କ୍ଷେତ୍ରକୁ ଅଧିକରୁ ଅଧିକ କ୍ରିୟାଶୀଳ କରିବାକୁ ରାଜ୍ୟ ସରକାର ଅଣ୍ଟା ଭିଡିଛନ୍ତି । କପିଳାଶ, ନୃସିଂହନାଥ-ହରିଶଙ୍କର, ଧଉଳିଗିରି, ଭୀମକୁଣ୍ଡ, ପଞ୍ଚଲିଙ୍ଗେଶ୍ବର ପାଇଁ ସ୍ବତନ୍ତ୍ର ଆକ୍ସନ ପ୍ଲାନ୍ ପ୍ରସ୍ତୁତ ହୋଇଛି । ବର୍ଷକ ଭିତରେ ଏହି ୫ଟି ପର୍ଯ୍ୟଟନ କ୍ଷେତ୍ରରେ ରୋପ୍ ୱେ ଲଗାଯିବ । ୧୪ ମାସରୁ ୧୬ ମାସ ଭିତରେ କାର୍ଯ୍ୟ ଶେଷ କରିବାର ଯୋଜନା ରଖାଯାଇଛି। ପୁରୀରୁ କୋଣାର୍କ ରୋପ୍ ୱେ କରିବା ପାଇଁ ଚିନ୍ତା କରୁଛନ୍ତି ସରକାର ।