କାର୍ଲିଫୋନିଆ: ବିଜ୍ଞାନ କ୍ଷେତ୍ରରେ ବଡ଼ ସଫଳତା । ସାରା ବିଶ୍ୱରେ ପ୍ରଥମ ଥର ପାଇଁ ପ୍ରସ୍ତୁତ ହେଲା ନକଲି ରକ୍ତ । ଯାହା ରୋଗୀଙ୍କ ପାଇଁ ସଞ୍ଜିବନୀ ସାବ୍ୟସ୍ତ ହୋଇପାରେ । ଏବେ ଏହାର କ୍ଲିନିକାଲ ପରୀକ୍ଷଣ ଚାଲିଛି ବୋଲି ସୂଚନା ଦେଇଛନ୍ତି ୟୁନିଭର୍ସିଟି ଅଫ୍ ବ୍ରିଷ୍ଟଲର ବୈଜ୍ଞାନିକ । ଲ୍ୟାବରେ ପ୍ରସ୍ତୁତ କରାଯାଇଛି ନକଲି ରକ୍ତ । ପ୍ରଥମ ଥର ପରୀକ୍ଷଣ ଆଧାରରେ ୨ଜଣ ବ୍ୟକ୍ତିଙ୍କୁ ଦିଆଯାଇଛି ।
ଯଦିଓ ଏହା ନକଲି ରକ୍ତର ପ୍ରଥମ କ୍ଲିନିକାଲ ଟେଷ୍ଟ ସଫଳ ହୁଏ ତାହେଲେ ରକ୍ତହୀନତା ସମସ୍ୟା ଭୋଗୁଥିବା ରୋଗୀଙ୍କ ପାଇଁ ବରଦାନ ସାବ୍ୟସ୍ତ ହେବ । ଏହାସହ ଯେଉଁ ବ୍ୟକ୍ତିଙ୍କର ବିରଳ ବ୍ଲଡ ଗ୍ରୁପ୍ ସେମାନେ ଯଦି କୌଣସି ଦୁର୍ଘଟଣାର ଶିକାର ହୁଅନ୍ତି ଏବଂ ସେମାନଙ୍କୁ ରକ୍ତ ଆବଶ୍ୟକ ପଡେ ତେବେ ସେମାନଙ୍କୁ ଏହି ନକଲି ରକ୍ତ ଦିଆଯାଇପାରିବ ।
ନ୍ୟୁଜ୍ ଏଜେନ୍ସି ରିପୋର୍ଟ ମୁତାବକ, ଲ୍ୟାବରେ ଏହି ରକ୍ତ ବନାଇବାକୁ ବୈଜ୍ଞାନିକମାନେ ମନୁଷ୍ୟଠାରୁ ମୂଳ ରକ୍ତ କୋଷିକା ନେଇ ବ୍ୟବହାର କରିଥିଲେ । ଏଥିରୁ ପ୍ରସ୍ତୁତ ରକ୍ତକୁ ପ୍ରଥମ ପରୀକ୍ଷଣରେ ୨ଜଣ ବ୍ୟକ୍ତିଙ୍କୁ ୫ରୁ ୧୦ ଏମଏଲ ପରିମାଣର ରକ୍ତ ଦିଆଯାଇଥିଲା । ଏବେ ଏମାନଙ୍କ ଅବସ୍ଥା ସାମାନ୍ୟ ସୁସ୍ଥ ଥିବା ଜଣାପଡିଛି । ଏମାନଙ୍କ ଠାରେ ହେଉଥିବା କ୍ରିୟା ପ୍ରତିକ୍ରିୟା ଉପରେ ହିଁ ବୈଜ୍ଞାନକିଙ୍କ ଗବେଷଣା ଜାରି ରହିଛି । ଏବେଯାଏଁ ଏହି ରକ୍ତ ପ୍ରକୃତ ଲୋହିତ କଣିକା ରକ୍ତଠାରୁ ଭଲ କାମ କରୁଛି ଏବଂ ଏହାର ପରୀକ୍ଷଣ ସଫଳ ହେଲେ ଏହା ପ୍ରକୃତ ରକ୍ତର ଚାହିଦାକୁ ମେଣ୍ଟାଇପାରିବ ବୋଲି ବୈଜ୍ଞାନିକମାନେ କହିଛନ୍ତି ।
