ଭୁବନେଶ୍ୱର: ଓଲିଉଡ଼ ଗୀତିକାର ଅରୁଣ ମନ୍ତ୍ରୀ କରୋନାକୁ ପରାଜୟ କରିଛନ୍ତି । ଗତ ମେ’ ୧ ତାରିଖ ଦିନ ସେ କୋଭିଡ୍ ପଜିଟିଭ୍ ହୋଇ ଚିକିତ୍ସିତ ହୋଇଥିଲେ । ୨୧ ଦିନ ପରିବାର ଠାରୁ ନିଜକୁ ଦୂରେଇ ନେଇ ଅର୍ଥାତ୍ ସଙ୍ଗରୋଧରେ ରହି ସୁସ୍ଥ ହେଲେ ଅରୁଣ ।
ସୂଚନାନୁଯାୟୀ , କରୋନା ମହାମାରୀରୁ ସୁସ୍ଥ ହୋଇ ପରିବାର ସହ ମିଶିଛନ୍ତି । ଅଫିସ୍ ବି ଯାଉଛନ୍ତି । ପୁଣି ଅରୁଣଙ୍କ କଲମ ଚଳଚଞ୍ଚଳ ହୋଇଉଠିଛି । ଗୀତ ଲେଖିବା କାମ ବି ଚାଲିଛି । ଏନେଇ ଅରୁଣ କୁହନ୍ତି, କରୋନା ଆକ୍ରାନ୍ତ ହେଲେ ମାନସିକ ସ୍ତରରେ ଆମକୁ ଦୃଢ ହେବାକୁ ପଡିବ । ଗାଇଡ୍ଲାଇନ୍ ମାନି ଚଳିଲେ ଯେ କେହି ବି କରୋନାକୁ ହରେଇ ପାରିବ ବୋଲି ପରାମର୍ଶ ଦେଇଛନ୍ତି ।