ନୂଆଦିଲ୍ଲୀ, ୨୯/୧୦ : ଆଜୀବନ କାରାଦଣ୍ଡ ଭୋଗୁଥିବା ଆଶାରାମ ବାପୁଙ୍କୁ ରାଜସ୍ଥାନ ହାଇକୋର୍ଟରୁ ମିଳିଛି ବଡ଼ ଆଶ୍ବସ୍ତି । ହାଇକୋର୍ଟ ଆଶାରାମ ବାପୁଙ୍କୁ ମେଡିକାଲ ଗ୍ରାଉଣ୍ଡରେ ୬ ମାସର ଅନ୍ତରୀଣ ଜାମିନ ପ୍ରଦାନ କରିଛନ୍ତି । ହାଇକୋର୍ଟରୁ ମୁଖ୍ୟ ନ୍ୟାୟାଧୀଶ ସଂଜୀବ ପ୍ରାକାଶ ଶର୍ମା ଡିଭିଜନ ବେଞ୍ଚ ମାମଲାର ଶୁଣାଣି କରି ଆଶାରାମଙ୍କୁ ଅନ୍ତରୀଣ ଜାମିନ ପ୍ରଦାନ କରିଛନ୍ତି । ଆଶାରାମଙ୍କ ଚିକିତ୍ସା ଏବେ ଘରୋଇ ହସପିଟାଲରେ ଚାଲିଛି । ଆଶାରାମଙ୍କ ଖରାପ ସ୍ବାସ୍ଥ୍ୟବସ୍ଥା ଦର୍ଶାଇ ରେଗୁଲାର ଜାମିନ ଆବେଦନ କରୁଛନ୍ତି । ଯୌନ ଉତ୍ପୀଡନ ମାମଲାରେ ଆଜୀବନ କାରାଦଣ୍ଡ ଭୋଗୁଛନ୍ତି । ୨୦୧୩ରେ ହିଁ ଆଶାରାମଙ୍କୁ ଗିରଫ କରାଯାଇଥିଲା । ୧୬ ବର୍ଷର ନାବାଳିକାଙ୍କ ଅଭିଯୋଗ ପରେ ତାଙ୍କୁ ଗିରଫ କରାଯାଇଥିଲା ।
