କରୋନା କବଳରେ ଆଶାରାମ ବାପୁ

ଦିଲ୍ଲୀ: ରାଜସ୍ଥାନର ଯୋଧପୁର ସେଣ୍ଟ୍ରାଲ ଜେଲରେ ଆଶାରାମ କରୋନା ସଂକ୍ରମିତ । ଗୁରୁତର ହେବା ପରେ ଏମ୍‌ଜିଏଚ୍‌ କୋଭିଡ ସେଣ୍ଟରକୁ ପଠାଯାଇଛି ।
ସୂଚନାନୁଯାୟୀ , ତିନି ଦିନ ପୂର୍ବେ ତାଙ୍କ ଦେହରେ କରୋନାର ଲକ୍ଷଣ ଦେଖାଯାଇଥିଲା, ଯାହା ପରେ ତାଙ୍କର କରୋନା ପରୀକ୍ଷା କରାଯାଇଥିଲା। ବୁଧବାର ସନ୍ଧ୍ୟାରେ କରୋନା ରିପୋର୍ଟ ପଜିଟିଭ୍ ଆସିଛି।

ଆଶାରାମଙ୍କ ସ୍ୱାସ୍ଥ୍ୟ ଖରାପ ହେବାର ଖବର ଶୁଣିବା ପରେ ତାଙ୍କର ଅନେକ ସମର୍ଥକ ଡାକ୍ତରଖାନାରେ ପହଞ୍ଚିଛନ୍ତି । ଦୁଷ୍କର୍ମ ମାମଲାରେ ଆଜୀବନ କାରାଦଣ୍ଡ ଭୋଗୁଛନ୍ତି ଆଶାରାମ। କେବଳ ସେତିକି ନୁହେଁ ତାଙ୍କ ନାଁରେ ନରବଳି ଓ ହତ୍ୟା ଭଳି ଅନେକ ଗୁରୁତର ମାମଲାରେ ରହିଛି ।