ଭୁବନେଶ୍ୱର, ୦୯/୧୦ : ଭୁବନେଶ୍ୱରସ୍ଥିତ ଲିଙ୍ଗରାଜ ମନ୍ଦିରରେ ବଜ୍ରପାତ ଯୋଗୁଁ ହୋଇଥିବା କ୍ଷୟକ୍ଷତିର ସ୍ଥିତି ଅନୁଧ୍ୟାନ ପାଇଁ ଭାରତୀୟ ପତ୍ନତତ୍ତ୍ୱ ବିଭାଗ ଟିମ୍ ପହଁଚିଛି । ଏଏସ୍ଆଇର ଏକ ଟିମ୍ ଲିଙ୍ଗରାଜ ମନ୍ଦିର ପରିଦର୍ଶନ କରି ବଜ୍ରପାତ୍ର ମନ୍ଦିର କୌଣସି କ୍ଷତି ହୋଇଛି କି ନାହିଁ ତାହା ତଦାରଖ କରିବ । ଏହା ସହିତ ପୋଡ଼ି ଯାଇଥିବା ପତାକାକୁ କଢ଼ାଯାଇ ନୂଆ ପତାକା ଲଗାଯାଇଛି । ବଜ୍ରପାତ ଯୋଗୁଁ ଲିଙ୍ଗରାଜ ମନ୍ଦିରରେ ବ୍ୟାପକ କ୍ଷୟକ୍ଷତି ହୋଇଛି । ମନ୍ଦିରର ପତାକା ପୋଡ଼ି ଯାଇଥିବାବେଳେ 20ଟି ସିସିଟିଭି କ୍ୟାମେର ଫାଟିଯାଇଛି ଏବଂ ଗର୍ଭଗୃହର ମରକ୍ୟୁରି ଲାଇଟ୍ ମଧ୍ୟ ଫାଟି ଯାଇଥିଲା । ବଜ୍ରପାତ ଏତେ ଶକ୍ତି ଶାଳୀ ଥିଲା ଯେ ସେବାୟତ, ଶ୍ରଦ୍ଧାଳୁ ଏବଂ ପର୍ଯ୍ୟଟକମାନେ ଭୟଭୀତ ହୋଇଯାଇଥିଲେ । ନିମ୍ନ ମାନର ଆର୍ଥିଂ ବ୍ୟବସ୍ଥା ହୋଇଥିବା ଅଭିଯୋଗ ହୋଇଛି ।
