ବଲିଉଡ ଅଭିନେତା ଆସିଫ ବସରାଙ୍କ ଆତ୍ମହତ୍ୟା

ମୁମ୍ବାଇ, ୧୨/୧୧ : ୨୦୨୦ ବଲିଉଡ ଜଗତ ପାଇଁ ଏକ ଖରାପ ସମୟ ଭାବେ ଉଭା ହୋଇଛି । ବଲିଉଡ ଅଭିନେତା ଆସିଫ ବସରା ଆତ୍ମହତ୍ୟା କରିଛନ୍ତି। ହିମାଚଳର କାଙ୍ଗଡା ଜିଲ୍ଲା ଧର୍ମଶାଳାରେ ମ୍ୟାକ୍ଲେଡଗଞ୍ଜର ଜୋଗିବାଡା ରୋଡ୍ ସ୍ଥିତ ଏକ କାଫେ ନିକଟରେ ସେ ଆତ୍ମହତ୍ୟା କରିଥିବା ଜଣାପଡ଼ିଛି ।

ଆସିଫ କାହିଁକି ଏ ପଦକ୍ଷେପ ନେଇଛନ୍ତି ସେ ସମ୍ପର୍କରେ କୌଣସି ସୂଚନା ନାହିଁ। ବର୍ତ୍ତମାନ ପୋଲିସ ଏହି ମାମଲାର ତଦନ୍ତ କରୁଛି। ଏପର୍ଯ୍ୟନ୍ତ ପୋଲିସର ଅନୁସନ୍ଧାନରୁ ଜଣାପଡିଛି ଯେ ଆସିଫ ଭଡା ଘରେ ଜଣେ ବିଦେଶୀ ମହିଳା ବନ୍ଧୁଙ୍କ ସହ ରହୁଥିଲେ।

କୁହାଯାଉଛି ଯେ ଗୁରୁବାର ଅପରାହ୍ନରେ ଆସିଫ ତାଙ୍କ ପୋଷା କୁକୁରକୁ ନେଇ ବୁଲିବାକୁ ଯାଇଥିଲେ। ଏହା ପରେ ସେ ଘରକୁ ଫେରି ନିଜ ପୋଷା କୁକୁରର ଦଉଡିରେ ଫାଶୀ ଲଗାଇଛନ୍ତି । ପ୍ରାରମ୍ଭିକ ତଦନ୍ତରେ ଏହି ମାମଲା ଆତ୍ମହତ୍ୟା ମାମଲା ବୋଲି କହିଛି।