ଭୁବନେଶ୍ୱର,୨୩ /୯ : (ପ୍ରଦୀପ୍ତ କୁମାର ଦାସ) – ଆସ୍କା ପୋଲିସ ପକ୍ଷରୁ ସମ୍ପୃକ୍ତ ଥାନା ଅଂଚଳର ଏକାଧିକ ଗ୍ରାମରେ ବେଆଇନ ଭାବେ ଚାଲିଥିବା ଚୋରା ମଦଭାଟି ଉପରେ ବୁଧବାର ବ୍ୟାପକ ଚଢ଼ାଉ କରାଯାଇଛି । ଏହି ଅବକାରୀ ଚଢ଼ାଉ କ୍ରମରେ ବିପୁଳ ପରିମାଣରେ ଚୋରାମଦ ସହ ଆନୁଷଙ୍ଗିକ କଞ୍ଚାମାଲ ମଧ୍ୟ ଜବତ କରିଛି ସ୍ଥାନୀୟ ପୋଲିସ । ଏହି ବେଆଇନ କାରବାରରେ ଲିପ୍ତ ଦଶ ଜଣ ଅଭିଯୁକ୍ତଙ୍କୁ ଗିରଫ କରିଛି ପୋଲିସ । ତେବେ ଜବତ ହୋଇଥିବା ସାମଗ୍ରୀ ମଧ୍ୟରେ ଚାରିଶହ ଲିଟର ଚୋରା ଦେଶୀ ମଦ,ତିନି ହଜାର ଲିଟର ପାଣିଆ ଗୁଡ଼,ଏକ କୁଇଣ୍ଟାଲ ସାର,ଚାରି କୁଇଣ୍ଟାଲ ମହୁଲ ପୋଚ ଓ ଆନୁସଙ୍ଗିକ ଅନେକମଦ ରନ୍ଧାପାତ୍ର ରହିଛି ।ଏ ସଂକ୍ରାନ୍ତରେ ଆସ୍କା ଥାନାରେ ଅବକାରୀ ଆଇନ ଅନୁଯାୟୀ ଏକ ମାମଲା ରୁଜୁ କରାଯିବା ସହ ଅଧିକ ଅନୁସନ୍ଧାନ ଜାରିରହିଥିବା ଖବର ମିଳିଛି ।