ଗୁଆହାଟୀ, ୨୬/୮: ଆସାମର ପୂର୍ବତନ ମୁଖ୍ୟମନ୍ତ୍ରୀ ତଥା କଂଗ୍ରେସର ବରିଷ୍ଠ ନେତା ତରୁଣ ଗୋଗୋଇ କରୋନାରେ ଆକ୍ରାନ୍ତ ହୋଇଛନ୍ତି। ଏନେଇ ତରୁଣ ଗୋଗୋଇ ନିଜେ ଟ୍ବିଟ୍ କରି ସୂଚନା ଦେଇଛନ୍ତି। ତରୁଣ କହିଛନ୍ତି ଯେ ଗତକାଲି ତାଙ୍କର କରୋନା ଭାଇରସ୍ ରିପୋର୍ଟ ପଜିଟିଭ ଆସିଛି। ସେ ତାଙ୍କ ସଂସ୍ପର୍ଶରେ ଆସିଥିବା ବ୍ୟକ୍ତିଙ୍କୁ ଟେଷ୍ଟ କରିବାକୁ ଅପିଲ କରିଛନ୍ତି। ୮୫ବର୍ଷ ବୟସ୍କ ତରୁଣ ଗୋଗୋଇ କରୋନାରେ ସଂକ୍ରମିତ ହେବା ପରେ ହୋମ୍ ଆଇସୋଲେସନରେ ଅଛନ୍ତି।