ଭୁବନେଶ୍ବର,୫ /୧୦: ଆଜି ବିଧାନସଭାରେ ବିରୋଧୀଦଳ ନେତା ପ୍ରଦୀପ୍ତ ନାୟକ ଖଣି ଦୁର୍ନୀତି ପ୍ରସଙ୍ଗ ଉଠାଇଛନ୍ତି । ଖଣି ମାଫିଆ ଓ ଅଫିସର ଲୁଟି ନେଇଛନ୍ତି ଲକ୍ଷ ଲକ୍ଷ ଟଙ୍କା । ଦୁର୍ନୀତି ହୋଇଛି, ଏଥିରେ ଜଡ଼ିତ ଅଫିସରଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ହେଉ । ଏ ନେଇ ବାରମ୍ବାର ଚିଠି ଲେଖିଛି, .ହେଲେ ଉତ୍ତର ମିଳୁନି । ଖଣି ଲିଜ୍ ନବୀକରଣ ଓଡ଼ିଶା ପାଇଁ ଆତ୍ମଘାତୀ ବୋଲି ସେ କହିଛନ୍ତି ।
ଖଣି ପ୍ରସଙ୍ଗ ନେଇ ବିରୋଧୀ ଶାସକ ମୁହାଁମୁହିଁ ହୋଇଛନ୍ତି । ଏ ପ୍ରସଙ୍ଗରେ ଗୃହରେ ବିରୋଧୀଙ୍କୁ ଜବାବ ରଖିଛନ୍ତି ବିଜେଡି ବିଧାୟକ ପ୍ରତାପ ଦେବ । ସେ କହିଛନ୍ତି ଯେ ୨୦୧୫-୧୬ରେ କେନ୍ଦ୍ରମନ୍ତ୍ରୀ ପୀୟୂଷ ଗୋଏଲ ଓ ଧର୍ମେନ୍ଦ୍ର ପ୍ରଧାନ ଓଡ଼ିଶା ଆସି କହିଲେ ରାଜ୍ୟ ଖଣି ରାଜସ୍ବରୁ ଲକ୍ଷାଧିକ ଟଙ୍କା ପାଇବ । ହେଲେ କେତେ ଟଙ୍କା ଓଡ଼ିଶାକୁ ମିଳିଲା ବୋଲି ମତ ଦେଇଛନ୍ତି । ଖଣି ନିଲାମ ସୁପ୍ରିମକୋର୍ଟ, କେନ୍ଦ୍ର ସରକାର ଓ ରାଜ୍ୟ ସରକାରଙ୍କ ଗାଇଡ ଲାଇନ ଅନୁସାରେ ହୋଇଛି । କିଛି ଲୁଚାଯାଉନାହିଁ । ସିଇସି ତଦନ୍ତ ବେଳେ କାହିଁକି କଂଗ୍ରେସ ତଥ୍ୟ ରଖି ନ ଥିଲା । ନିର୍ଦ୍ଦିଷ୍ଟ ତଥ୍ୟ ଥିଲେ ବିରୋଧୀ ସର୍ବସମ୍ମୁଖରେ ରଖନ୍ତୁ କିନ୍ତୁ ଏହାକୁ ରାଜନୀତି କରା ନଯାଉ । ବରଂ ଆଲୋଚନା କରି ସମାଧାନ କରାଯାଉ ବୋଲି ସେ କହିଛନ୍ତି ।