କଂଗ୍ରେସର ୧୪ରୁ ୧୪ ବିଧାୟକ ନିଲମ୍ବିତ

0

ଭୁବନେଶ୍ୱର, ୨୬/୦୩ : ଆଜି ଗୃହର ପ୍ରଶ୍ନକାଳ ଚାଲିଥିବାବେଳେ କଂଗ୍ରେସର ଜୟପୁର ତାରା ପ୍ରସାଦ ବାହିନୀପତି ଏବଂ ସାନଖେମୁଣ୍ଡି ରମେଶ ଜେନାଙ୍କୁ ପ୍ରବେଶ କରିଥିଲେ । ସେମାନେ ପୂର୍ବଭଳି ଘଣ୍ଟା ବଜାଇ ଗୃହରେ ବିଶୃଙ୍ଖଳା ସୃଷ୍ଟି କରିବାକୁ ଚେଷ୍ଟା କରିଥିଲେ । ପ୍ରଥମେ ବାଚସ୍ପତି ଉଭୟଙ୍କୁ ତାଗିଦ କରିଥିଲେ । କିନ୍ତୁ ସେମାନେ ନିଜ ବିକ୍ଷୋଭରୁ ବିରତ ନ ହେବାରୁ ବାଚସ୍ପତି ଉଭୟଙ୍କୁ ନିଲମ୍ବିତ କରିଛନ୍ତି । ଏହାକୁ ମିଶାଇ କଂଗ୍ରେସର ସମସ୍ତ ୧୪ରୁ ୧୪ ବିଧାୟକ ନିଲମ୍ବିତ ହୋଇଛନ୍ତି । ଗତକାଲି ବାଚସ୍ପତି, ୧୨ ଜଣ କଂଗ୍ରେସ ବିଧାୟକଙ୍କୁ ନିଲମ୍ବନ କରିଥିଲେ । ବିଧାୟକ ତାରା ବାହିନୀ ପତି ଏବଂ ବିଧାୟକ ରମେଶ ଚନ୍ଦ୍ର ଜେନାଙ୍କୁ ବାଦ ଦେଲେ ଅନ୍ୟ ସମସ୍ତ ସଦସ୍ୟ ନିଲମ୍ବିତ ହୋଇଥିଲେ । ନିଲମ୍ବିତ ହୋଇଥିବା ବିଧାୟକଙ୍କ ମଧ୍ୟରେ ରହିଛନ୍ତି ରାମଚନ୍ଦ୍ର କାଡାମ, ସିଏସ୍ ରାଜନ ଏକ୍କା, ଦାସରଥୀ ଗମାଙ୍ଗ, ଅଶୋକ ଦାସ, ସତ୍ୟଜିତ ଗମାଙ୍ଗ, ସାଗର ଦାସ, ପ୍ରଫୁଲ୍ଲ ପ୍ରଧାନ, ମଙ୍ଗୁ ଖିଲ, ପବିତ୍ର ସାଉନ୍ତା, କାଡ୍ରାକା ଆପାଲାସ୍ବାମୀ, ନୀଳମାଧବ ହିକକା ଏବଂ ସୋଫିଆ ଫିର୍ଦ୍ଦୋସ । ଏହା ପୂର୍ବରୁ ମଧ୍ୟ ତାରା ବାହିନୀପତି ନିଲମ୍ବିତ ହୋଇଥିଲେ ।

Leave A Reply

Your email address will not be published.