ଭୁବନେଶ୍ୱର ୨୧/୦୮: ଓଡ଼ିଶା ବିଧାନସଭାର ମୌସୁମୀ ଅଧିବେଶନ ପାଇଁ ଘୋଷଣା ହେଲା ତାରିଖ। ଆସନ୍ତା ସେପ୍ଟେମ୍ବର ୧୮ ବସିବ ମୌସୁମୀ ଅଧିବେଶନ। ୨୫ ତାରଖ ଯାଏ ଚାଲିବ ଗୃହ। ଏଥର ମାତ୍ର ୭ଟି କାର୍ଯ୍ୟ ଦିବସ ରହିବ। ଏନେଇ ବାଚସ୍ପତିଙ୍କ ଅଫିସ୍ ପକ୍ଷରୁ ସୂଚନା ମିଳିଛି। ଚଳିତ ମୌସୁମୀ ଅଧିବେଶନରେ ସରକାରଙ୍କୁ ଘେରିବାକୁ ବିରୋଧୀ ପ୍ରସ୍ତୁତ ରହିଛନ୍ତି। ନାରୀ ନିର୍ଯାତନାକୁ ପ୍ରସଙ୍ଗ କରିବେ ମୁଖ୍ୟ ବିରୋଧି ବିଜେଡି ଓ କଂଗ୍ରେସ । ବାଲେଶ୍ବର, ବଳଙ୍ଗା, ପଟ୍ଟାମୁଣ୍ଡାଇ ଛାତ୍ରୀ ଆତ୍ମାହୁତି ପ୍ରସଙ୍ଗରେ କମ୍ପିବ ଗୃହ।
